ନିର୍ବାଚନୀ ଇସ୍ତାହାର ୨୦୧୯ : ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦାବି…

ରାୟଗଡା (ସମୃଦ୍ଧ ଓଡିଶା) ଭିନ୍ନକ୍ଷମ ବ୍ୟକ୍ତିମ।ନଙ୍କ ଅଧିକ।ର ଅଧିନିୟମ ୨୦୧୬ ଅନୁସ।ରେ ୨୧ ପ୍ରକ।ର ଭିନ୍ନକ୍ଷମତ। ରହିଛି । ଆନୁମାନିକ ଭାବେ ଦେଖିଲେ ଆମ ରାଜ୍ୟରେ ହାରାହାରି ୧୫ ଲକ୍ଷ ରୁ ୧୮ ଲକ୍ଷ ଭିନ୍ନକ୍ଷମ ବ୍ୟକ୍ତି ବସବ।ସ କରୁଛନ୍ତି । ଏହି ଜନସଂଖ୍ୟ।ରେ ଗୋଟିଏ ପାର୍ଲିଆମେଣ୍ଟ ଆସନ ତଥା ୬ରୁ ୭ଟି ବିଧାନସଭା ଆସନ ନିର୍ଦ୍ଧାରଣ କରେ ।କିନ୍ତୁ ସମାଜରେ ଭିନ୍ନକ୍ଷମ ମାନଙ୍କର ଅଦୃଶ୍ୟ ସ୍ଥିତି ଯୋଗୁଁ ରାଜନୈତିକ ଦଳମାନେ ସେମାନଙ୍କୁ ପ୍ରାଧାନ୍ୟ ଦେଇ ନ ଥାନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଂଗଠନମାନେ ଆଗାମୀ ନିର୍ବାଚନୀ ଇସ୍ତାହାର ପାଇଁ ନିମ୍ନଲିଖିତ ମତାମତ ରଖିଛନ୍ତି ।

ଶିକ୍ଷା – ଶିକ୍ଷା କ୍ଷେତ୍ରରେ ୫% ସ୍ଥାନ ସଂରକ୍ଷଣ ଥିବା ସତ୍ତ୍ୱେ ଅଧିକାଂଶ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।ସୁଗମ୍ୟ ବାତାବରଣ, ଉପଯୁକ୍ତ ଶିକ୍ଷଣ ସାମଗ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭାବ ଏଥିପାଇଁ ଦାୟୀ । ସାକ୍ଷରତାର ଅଭାବ ହିଁ ଭିନ୍ନକ୍ଷମ ମାନଙ୍କ ବେକାରୀର ଏକ ମୂଳ କାରଣ ।

  1. ୨୦୨୦ ସୁଦ୍ଧା ଭିନ୍ନକ୍ଷମ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ପ୍ରତି ବିଦ୍ୟାଳୟରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉ .
  2. ୨୦୨୩ ସୁଦ୍ଧା ପ୍ରତି ଶିକ୍ଷା ଅନୁଷ୍ଠାନରେ ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ସୁଗମ୍ୟ ଶ୍ରେଣୀ ଗୃହ, ଶୌଚାଳୟ ଆଦି ସୁନିଶ୍ଚିତ କରିବା
  3. ଭିନ୍ନକ୍ଷମଙ୍କ ପାଇଁ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯାଉ
  4. ୨୦୨୦ ସୁଦ୍ଧା ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷଣ ସାମଗ୍ରୀ ସୁନିଶ୍ଚିତ କରାଯାଉ
  5. ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା ଯଥା UPSC, OPSC, BANKING, SSC ପାଇଁ ପ୍ରଶିକ୍ଷଣ ଦେବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଉ
  6. ସାଙ୍କେତିକ ଭାଷାକୁ ପ୍ରାଥମିକ ସ୍ତରରୁ ପାଠ୍ୟକ୍ରମରେ ସାମିଲ କରାଯାଉ

ରୋଜଗାର ଏବଂ ଜୀବିକା – ସରକାରୀ ଚାକିରୀ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ୪% ସଂରକ୍ଷଣର ବ୍ୟବସ୍ଥା ଥିଲେ ସୁଦ୍ଧା ଏବେ ବି ଅଧିକାଂଶ ପଦବୀ ଖାଲି ପଡିଛି । ବ୍ୟାଙ୍କରୁ ସହଜରେ ଋଣ ମିଳୁ ନଥିବାରୁ ସେମାନେ ବ୍ୟବସାୟ କରିବାରେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

  1. ଜିଲ୍ଲା ଭିନ୍ନକ୍ଷମ ସମ୍ବଳ କେନ୍ଦ୍ର (ଡ଼ି.ଡ଼ି.ଆର.ସି) ର ୫୦% ପଦବୀ ଭିନ୍ନକ୍ଷମମାନଙ୍କ ପାଇଁ ସଂରକ୍ଷିତ କରାଯାଉ
  2. ୨୦୨୪ ସୁଦ୍ଧା ୫୦,୦୦୦ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଉ
  3. ୨୦୨୧ ସୁଦ୍ଧା ଭିନ୍ନକ୍ଷମଙ୍କ ଜୀବିକା ପାଇଁ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ଅନୁଷ୍ଠାନ ସ୍ଥାପନ କରାଯାଉ
  4. ଭିନ୍ନକ୍ଷମ ମାନଙ୍କୁ ରିହାତି ମୂଲ୍ୟରେ ଭେଣ୍ଡିଙ୍ଗ ଜୋନ ପ୍ରଦାନ କରାଯାଉ
  5. ୨୦୨୪ ସୁଦ୍ଧା ପ୍ରତ୍ୟେକ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ସୁନିଶ୍ଚିତ କରାଯାଉ
  6. ଭିନ୍ନକ୍ଷମ ମାନଙ୍କୁ ବ୍ୟବସାୟରେ ଉତ୍ସାହିତ କରିବାକୁ ସୁବିଧାରେ ବ୍ୟାଙ୍କ ଋଣ ପ୍ରଦାନ କରାଯାଉ

ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମହାରଣା (ସମର୍ଥ)ଗଜପତି, ଅରୁଣା ପ୍ରିୟା ପ୍ରଧାନ (ସମର୍ଥ)ଗଜପତି, ଅକ୍ଷୟ କୁମାର ସାହୁ(ଅଭିମ)ଭଦ୍ରକ, ଅମରେନ୍ଦ୍ର ନାଥ(ଆର ବି ଏମ୍ ଏସ୍)ରାୟଗଡା, ସୁନୀଲ କୁମାର ପ୍ରଧାନ(ସମ୍ଭବ)ଗଞ୍ଜାମ, ସୁନିତା ବିଷୋୟୀ(ସମ୍ଭବ)ଗଞ୍ଜାମ, ସୁଭାସିନୀ ଦଣ୍ଡସେନା(ଅଭିମ)ସୋନପୁର ଉପସ୍ଥିତ ଵ୍ୟକ୍ତିମାନେ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ