ନିର୍ମାଣାଧିନ ସବ୍ ସେଣ୍ଟର ସ୍ଥାନ ପରିବର୍ତ୍ତନ ନ କରିବାକୁ ନେଇ ତହସିଲରେ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ସମ୍ମୁଖରେ ଆଜି ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆ ମାଝିସାହି ଗ୍ରାମବାସୀ ତାଙ୍କ ଗାଁରେ ନିର୍ମାଣାଧିନ ସବ୍‌ସେଣ୍ଟର କାର୍ଯ୍ୟ ସାରିବାକୁ ନିବେଦନ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି । ସବ୍ ସେଣ୍ଟର ସ୍ଥାନ ପରିବର୍ତ୍ତନ ହେଲେ ଆମରଣ ଅନଶନ ହେବ ବୋଲି ସରପଂଚ ଓ ସମିତି ସଦସ୍ୟଙ୍କ ସହିତ ବହୁ ଲିଖିତ ଭାବେ ଜଣାଇଛନ୍ତି । ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକର ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆ ମାଝିସାହି ପଂଚାୟତରେ ଏକ ସବ୍ ସେଣ୍ଟର ନିର୍ମାଣ ଲାଗି ସରକାରୀ ସିଦ୍ଧାନ୍ତ ହୋଇଥିଲା । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୧୮ଲକ୍ଷ ଟଙ୍କା ମୂଲ୍ୟର ଟେଣ୍ଡର ସରିବାରୁ ଠିକାଦାର ୪ଲକ୍ଷ ଟଙ୍କା ମୂଲ୍ୟର କାଯ୍ୟ ସେହି ପଂଚାୟତର ଖଉଦିଆ ମାଝିସାହି ଗାଁରେ ଶେଷ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ତହସିଲଦାର ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏଥିନିମନ୍ତେ ଯୋଗାଇ ଦିଆଯାଇଥିବା ସ୍ଥାନଟି ଗଡସାହି ଗ୍ରାମ ଅଂଚଳରେ ଜଣାଯିବା ପରେ ବିବାଦ ଦେଖା ଦେଇଛି । ଏ ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଆରମ୍ଭ ହୋଇଥିବା ସ୍ଥାନଟି ସରକାରୀ ଜାଗା ହୋଇଥିବାରୁ ସେଠାରେ କାର୍ଯ୍ୟ ଶେଷ କରିବାକୁ ଆଜିର ତହସିଲ ଘେରାଓ ଆନ୍ଦୋଳନରେ ଦାବି ହୋଇଛି । ଆଜି ସରପଂଚ ସତ୍ୟଶୋଭନ ମିଶ୍ର, ସମିତି ସଦସ୍ୟ ସୁମିତ୍ରା ଦେ, ପୂର୍ବତନ ସରପଂଚ କ୍ଷିତିଶ ଚନ୍ଦ୍ର ଦେ, ରାଜକୁମାର ମିଶ୍ର, ସିପନ କୁମାର ଘୋଷ, ଶିଶିର ପ୍ରଧାନ, ସଂଜିବ ସାହୁ, ହିରେନ୍ଦ୍ର ସାହୁ, ରତିକାନ୍ତ ପ୍ରଧାନ, ତପନ ପ୍ରଧାନ, ସପନ ମିଶ. ରମେଶ ପ୍ରଧାନ, ହରେନ୍ଦ୍ର ଘଡେଇ, ନିତ୍ୟାନନ୍ଦ ଘୋଷ, ବିଜୟ ମହାପାତ୍ର, ଶଂକର ଘୋଷଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ତହସିଲଦାରଙ୍କୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି । ଏହି କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବାକୁ ସେମାନେ ଦାବି ଜଣାଇବା ସହ ତାହା ନ ହେଲେ ଆମରଣ ଅନଶନ ହେବ ବୋଲି ସୂଚନା ଦେଇଛନ୍ତି ।