ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଆନୁକୂଲ୍ୟରେ ୭୧ତମ ଜନରାଜ୍ୟ ଦିବସ ପାଳନ ହୋଇଯାଇଛି । ଏଥିରେ ଭିନ୍ନକ୍ଷମମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସାମ୍ବିଧାନିକ ଅଧିକାରକୁ ସମସ୍ତେ ଅବଗତ ହେବା ବାଞ୍ଛନୀୟ ବୋଲି ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ମହିଳା ନେତ୍ରୀ, ସମାଜସେବୀ, ଅନିତା କୁମାରୀ ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ନିୟତିର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ଆଧକ୍ଷା ସ୍ନେହଳତା ପାଣିଗ୍ରାହୀ, ଜୋଷ୍ଣା ଡାକୁଆ, ଶାସ୍ୱତୀ ବେବର୍ତ୍ତା ଜେୟମା, ପୂର୍ଣବାସୀ ନାୟକ ଟୁକୁନା ପାଢ଼ୀ, ବଦ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା