ବିଭିନ୍ନ ପ୍ରକାର ପାଗଳ ମଣିଷ ସମାଜରେ ଦେଖିବାକୁ ମିଳନ୍ତି ଯାହାଙ୍କ
ଭାବଧାରା, କାର୍ଯ୍ୟକଳାପ ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହୋଇଥାଏ !
ହେଲେ ନୀରବ ପାଗଳ ଅର୍ଥାତ ଆଭ୍ୟନ୍ତରୀଣ ପାଗଳାମିକୁ
ସାଧାରଣରେ ବୁଝି ହୁଏନି ଯାହାର କୁପ୍ରଭାବ ପରିପାଶ୍ୱିର୍କ
ଜଟିଳତା ସୃଷ୍ଟି କରି ଲୋକଙ୍କୁ ହନ୍ତସନ୍ତ କରିଥାଏ କେମିତି ?!!
ପାଗଳ ଅର୍ଥାତ, ମାନବୀୟ ଢଙ୍ଗର ବ୍ୟତିକ୍ରମ ଯାହା ମାନସିକ ବିଡମ୍ବନା ଜନିତ ଭାବଧାରାରୁ ସୃଷ୍ଟି । ମତ୍ତ ପାଗଳ, ମସ୍ତିଷ୍କ ଆଘାତ ଜନିତ ପାଗଳ, ଅନୁପଯୁକ୍ତ ମସ୍ତିଷ୍କ ଗଠନ ଜନିତ ପାଗଳ, କୌଣସି ସାମାଜିକ ଧକ୍କା ଜନିତ ପାଗଳ, ଆକାଙ୍ଖ୍ୟାର ଅବସାଦ ଜନିତ ପାଗଳ ଇତ୍ୟାଦି ଭିନ୍ନ ଭିନ୍ନ ପାଗଳାମି ମଣିଷ ପାଖରେ ଦେଖିବାକୁ ମିଳୁଥିବା ବେଳେ କେତେକ ମଣିଷଙ୍କ ପାଖରେ ବଂଶାନୁକ୍ରମିକ ପାଗଳାମି ଦେଖାଯାଇ ଥାଏ ଯାହା ଏକ ପ୍ରାକୃତିକ ଜିନ୍ଗତ ମାନସିକ ପ୍ରତିକ୍ରିୟା । ବିଭିନ୍ନ ପାଗଳଙ୍କ ଚିକିତ୍ସା ଭିନ୍ନ ଭିନ୍ନ ଉପାୟରେ କରାଯାଇ ଥାଏ ଯାହା ବିଶେଷଜ୍ଞ ସ୍ଥଳ ବିଶେଷକୁ ନେଇ ଧାର୍ଯ୍ୟ କରିଥା’ନ୍ତି । ପାରିବାରିକ ହେଉକି ସାମାଜିକ କ୍ଷେତ୍ରରେ କୌଣସି ମସ୍ତିଷ୍କ ବିଡମ୍ବନା ଜନିତ ପାଗଳଙ୍କୁ ଚିକିତ୍ସା କରାଯାଇ ଥାଏ ବିଭିନ୍ନ ମହଲରେ ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ହେଉ କି କୌଣସି ସାମାଜିକ କର୍ମୀଙ୍କ ଦ୍ୱାରା ସମ୍ପନ୍ନ ହୋଇ ଥାଏ । ପାଗଳ ମାନଙ୍କୁ ଚିକିତ୍ସା କରି ସାଧାରଣ ମଣିଷ ଭଳି କରାଯିବା ଲକ୍ଷ ରଖି ଅନେକ ପାଗଳ ଚିକିତ୍ସାଳୟ ଅଛି । କାହାକୁ କେଉଁଠି କିଭଳି ଚିକିତ୍ସା କରାଯିବ ନିର୍ଦ୍ଧାରଣ କରିଥା’ନ୍ତି ବିଶେଷଜ୍ଞ । ହେଲେ ପାଗଳପଣର ଚରମ ଦୌରାତ୍ମ୍ୟ କୌଣସି ପରିପାର୍ଶ୍ଵିକ ପ୍ରଭାବ ପକାଇବା ଲକ୍ଷ କରାଗଲେ ତାହାର ଚିକିତ୍ସା ପାଇଁ ବିଚାର କରାଯାଇ ଥାଏ । କିନ୍ତୁ ଏମିତି ମଧ୍ୟ କେତେକ ପାଗଳ ଅଛନ୍ତି ଯାହାଙ୍କ ପାଗଳାମି ଆଦୌ ଜଣା ପଡେ ନାହିଁକି ସେ ଜଣେ ପାଗଳ । ସେମାନଙ୍କ ମୃଦୁ ପ୍ରଭାବ ଏମିତି ସାମାଜିକ ସମସ୍ୟା ସୃଷ୍ଟି କରିଥାଏ ଯାହାଙ୍କ ପାଗଳ ପଣ ଜଣାପଡି ନଥାଏ ଯାହାଙ୍କୁ ନୀରବ ପାଗଳ ବୋଲି କୁହାଯାଏ । ସେମାନଙ୍କ କାର୍ଯ୍ୟ କଳାପ ଏବଂ ସାମାଜିକ, ପରିପାଶ୍ୱର୍ିକ ପ୍ରଭାବ ଜନିତ କେତେକ ସମସ୍ୟା ବିଚାର କରି ଦେଖିବା……….// ନିରବ ପାଗଳ ଅର୍ଥାତ ସାଧାରଣ ମଣିଷ ଭଳି ବାହ୍ୟ ଆଚରଣରେ ମାନସିକ ବିଡମ୍ବନା ଜନିତ ଭାବଧାରା ଏବଂ ତତ୍ଜନିତ ପ୍ରକାଶିତ କାର୍ଯ୍ୟକଳାପ ଯାହା ପାଗଳାମି ବୋଲି ସାଧାରଣ ମଣିଷ ଭାବି ପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ସେହି ପାଗଳ ପଣରେ ପ୍ରଭାବିତ ଯଥେଷ୍ଟ କ୍ରୋଧାନ୍ୱିତ ହୋଇ କେତେକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥାଏ । ସେହି ନିରବ ପାଗଳର ଲକ୍ଷଣ ମଧ୍ୟରେ ଅନୁଭୂତ ହେଉଥିବା କେତେକ ଆଚରଣକୁ ଅନୁଧ୍ୟାନ କଲେ ଜାଣିହେବ ଯେ ସେ ଜଣେ ପାଗଳ । କେମିତି ବିଚାର କରି ଦେଖିବା…..ଦେଖାଯାଏ କେତେକ ମଣିଷ ସବୁ ସମୟରେ କୌଣସି କାରଣ ନଥାଇ ପ୍ରତ୍ୟେକ କଥାରେ ମିଛ କହନ୍ତି । ସେମାନେ ମିଛର ସାହାରାରେ ନିଜକୁ ଯଥେଷ୍ଟ ଆନନ୍ଦ ଅନୁଭବ କରୁଥିବା ବେଳେ ସମ୍ମୁଖସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ମିଛୁଆ ବୋଲି ଭାବି ସନ୍ଦେହ କରିଥା’ନ୍ତି । ସେହିଭଳି ମଣିଷଙ୍କ ପାଖରେ ଭୟାତୁରତା ଯଥେଷ୍ଟ ପରିମାଣରେ ଦେଖିବାକୁ ମିଳେ । ନିଜ ଜିନିଷ କିଏ ଚୋରି କରିଦେବା ଭୟ ସବୁବେଳେ ସେମାନଙ୍କୁ ଘାରୁଥାଏ । ସେମାନଙ୍କ ବିଷୟରେ କଥାବାର୍ତା ହେଉଥିବା କିମ୍ବା କୌଣସି ଷଡ଼ଯନ୍ତ୍ର କରାଯାଉଥିବା ଭାବଧାରା ଅନବରତ ସେମାନଙ୍କ ମନକୁ ଆନ୍ଦୋଳିତ କରୁଥାଏ । ଅନ୍ୟପ୍ରତି ଆନ୍ତରିକତା ଭାବର ଯଥେଷ୍ଟ ଅଭାବ ପରିଲକ୍ଷିତ ହୁଏ ସେହିଭଳି ମଣିଷଙ୍କ କ୍ଷେତ୍ରରେ । ନିଜର ମାନସିକ ଅସନ୍ତୁଳିତ ଅବସ୍ଥାକୁ ଲୁଚାଇବାକୁ ଯାଇ ସାଧାରଣତଃ ସେମାନେ ମୃଦୁହାସ୍ୟ ବଚନ ପ୍ରକଟ କରିଥା’ନ୍ତି । ଧିରେ କଥାବାର୍ତା କରିବା ତଥା ନିଜକୁ ସବୁବେଳେ ସଂଯତ ଅବସ୍ଥାରେ ରଖିବା ଚେଷ୍ଟା ରହିଥାଏ ସେମାନଙ୍କର ଯେତେବେଳେ କାହାସହିତ ବାର୍ତାଳାପ କରିଥା’ନ୍ତି । ଛୁପି ଛୁପି ନିଜର ବ୍ୟକ୍ତିଗତ କାର୍ଯ୍ୟ ସମ୍ପାଦନ କରିବାକୁ ଭଲ ପାଆନ୍ତି । ଅନ୍ୟମାନେ କ’ଣ କଥା ହେଉଛନ୍ତି ସେସବୁ ଜାଣିବାରେ ଯଥେଷ୍ଟ ଆଗ୍ରହ ଦେଖିବାକୁ ମିଳେ ଏମିତିକା ମଣିଷଙ୍କ କ୍ଷେତ୍ରରେ । ପରଚର୍ଚ୍ଚା ତଥା ବାହ୍ୟ ବ୍ୟାପାର ଏବଂ ହିଂସାତ୍ମକ, କାତରତା ଭାବ ସବୁବେଳେ ଅସ୍ଥିର କରି ରଖିଥାଏ ସେମାନଙ୍କୁ । କଳି ଲାଗିବା ଏକ ସାଧାରଣ ଚରିତ୍ର ହୋଇଥିବା ବେଳେ ଶାନ୍ତ ପରିବେଶରେ ଜାଣିଶୁଣି କଳି ସୃଷ୍ଟି କରିବା ଏମାନଙ୍କ ଏକ ଆନନ୍ଦ ଦାୟକ ଅନୁଭୂତି ହୋଇଥାଏ । ଏମିତି ଆହୁରି ଅନେକ ଚରିତ୍ର ପ୍ରବାହ କରିଥା’ନ୍ତି ଏହି ନିରବ ପାଗଳ ମଣିଷ ଯାହା ସାଧାରଣ ମଣିଷ ବୁଝିବା ଅତ୍ୟନ୍ତ କଷ୍ଟ । ସେମାନଙ୍କ ବିଭିନ୍ନ ଆଚରଣରେ କ୍ଷୁବ୍ଧ ଅନ୍ୟାନ୍ୟ ମଣିଷ ଗୁଡିକ କେବଳ ଉପସ୍ଥିତ ପରିସ୍ଥିତିକୁ ନେଇ ଆଲୋଡନ ସୃଷ୍ଟି କରୁଥିବା ବେଳେ ସେମାନଙ୍କ ଏହି ସବୁ କାର୍ଯ୍ୟ କଳାପ ଗୁଡିକ ପ୍ରତି କାହାର ଧ୍ୟାନ ରହୁନଥିବା ହେତୁ ଏହିଭଳି ପାଗଳଙ୍କ ପାଗଳାମି ସାଧାରଣତଃ ପାଦରେ ପଢ଼ିନଥାଏ । କିନ୍ତୁ ସେମାନଙ୍କ ଏତାଦୃଶ ଆଚରଣ ବାହ୍ୟାରେ କିଛି ପ୍ରଭାବ ପକାଉଥିବା ବେଳେ ସେମାନଙ୍କୁ ଅହରହ ଅଶାନ୍ତି ମଧ୍ୟରେ ରହିବାକୁ ପଡିଥାଏ । ଅଶାନ୍ତ ମଣିଷ ସବୁବେଳେ ନିଦ୍ରାହୀନତା ରହୁଥବା ବିଜ୍ଞାନ ସମ୍ମତ । ଏବଂ ଏହି କାରଣରୁ ମନରେ କ୍ରୋଧ ଜାଗ୍ରତ ହେବା ଏକ ଶାରୀରିକ ପ୍ରତିକ୍ରିୟା । ତେଣୁ ସାଧାରଣତଃ ଏହି ନିରବ ପାଗଳ ମଣିଷ ଗୁଡିକ ଅତ୍ୟନ୍ତ କ୍ରୋଧୀ ହୋଇଥା’ନ୍ତି । କିନ୍ତୁ ନିଜର ସେହି ଅସନ୍ତୁଳିତ ଅବସ୍ଥାକୁ ଯଥେଷ୍ଟ ଆୟତ୍ତଧିନ କରି ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସମୟ ସମୟରେ ତାହା ପ୍ରକଟ ହୋଇଥାଏ ସ୍ଥଳ ବିଶେଷକୁ ନେଇ । ହଠାତ୍ ଏତେ ମାତ୍ରାରେ ଉଗ୍ର ରୂପ ଦେଖାଇ ପୁଣି ନିଜକୁ ନିୟନ୍ତ୍ରିତ ଅବସ୍ଥାକୁ ଆଣିଥା’ନ୍ତି ସେମାନେ କୌଣସି କାରଣରୁ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ । ସେମାନଙ୍କ ସେହି ଅଶାନ୍ତ ଭାବଧାରା ହେତୁ ମନରେ ପରଶ୍ରୀ କାତରତା ଏବଂ ଅହଂଭାବ ଭଳି ଅନେକ ଚରିତ୍ର ମଧ୍ୟ ସୃଷ୍ଟି ହୋଇଥାଏ ଯାହା ପରୋକ୍ଷରେ ଚରିତାର୍ଥ କରିଥା’ନ୍ତି ସେମାନେ । ତେଣୁ ଏହିଭଳି ନିରବ ପାଗଳଙ୍କୁ ସାଧାରଣ ମଣିଷ ସମାଜ ବୁଝି ପାରୁନଥିଲେ ମଧ୍ୟ ସେମାନଙ୍କ ଏହିସବୁ ପାଶ୍ୱର୍ ପ୍ରତିକ୍ରିୟାରେ ବିଚଳିତ ଅନ୍ୟ ମାନେ ଅନେକ ସମୟରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥା’ନ୍ତି ସେମାନଙ୍କ ଉପରେ । ପୁଣି ଅନ୍ୟମାନଙ୍କ କ୍ଷୁବଦ୍ଧତା ସେମାନଙ୍କୁ ଯଥେଷ୍ଟ କଷ୍ଟ ଦେଇ ସେମାନଙ୍କ ସେହି ଚରିତ୍ର ଗୁଡିକୁ ପ୍ରଜ୍ୱଳିତ କରି ବ୍ୟାପକ କ୍ଷତି କରିଥଏ ସେମାନଙ୍କର ଯଦ୍ୱାରା ଏକ ଅସ୍ଥିର ପ୍ରବଣତା ମଧ୍ୟରେ ବଞ୍ଚିଥା’ନ୍ତି ସେମାନେ । ଦୁନିଆର ସବୁ ସୁଖ ଥାଇ ମଧ୍ୟ ଅନେକ ସମୟରେ ଦୁଃଖୀ ଭଳି ଜୀବନ ଯାପନ କରୁଥିବା ସେମାନଙ୍କ ଗୋଟିଏ ସାଧାରଣ ଚରିତ୍ର ଭଳି ଦେଖାଯାଏ । ଏମିତି ସେମାନଙ୍କର ଅନେକ ସମସ୍ୟା ମଧ୍ୟରେ ପରିପାଶ୍ୱିର୍କ ମଣିଷ ମାନଙ୍କ ପ୍ରତି ମଧ୍ୟ ଅନେକ ପାଶ୍ୱର୍ ପ୍ରଭାବ ପଡିଥାଏ ସେମାନଙ୍କର । ତେଣୁ ଏହିଭଳି ନିରବ ପାଗଳଙ୍କ ଚିକିତ୍ସା ବିଷୟରେ ଆମର ଜ୍ଞାନ କ୍ଷୀଣ । ଅଧିକନ୍ତୁ ସେମାନଙ୍କ ପରିବାର ବର୍ଗ ତଥା ସମ୍ପର୍କୀୟ, ନିକଟବର୍ତୀ ମଣିଷ ଗୁଡିକ ମଧ୍ୟ ଜାଣନ୍ତି କି ନାହିଁ ଆମକୁ ଜଣାନାହିଁ । କିନ୍ତୁ ଏହିଭଳି ଚରିତ୍ର ପ୍ରବାହ କରୁଥିବା ମଣିଷକୁ କୌଣସି ବିଶେଷଜ୍ଞଙ୍କ ନିକଟକୁ ନେଇ ତାଙ୍କର ପରୀକ୍ଷା, ଚିକିତ୍ସା କରାଯିବା ବିଧେୟ ନିଶ୍ଚିତ ଯାହା କରାଯିବା ଅତ୍ୟନ୍ତ କମ୍ ଦେଖିବାକୁ ମିଳୁଛି ଆମ ପରିବେଶରେ । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଗଲେ କିଛି ପରିବର୍ତନ ହୋଇପାରିବ କି ନାହିଁ କେବଳ ମାନସିକ ବିଶାରଦ ବିଶେଷଜ୍ଞ ହିଁ କହି ପାରିବେ । କିନ୍ତୁ ସାଧାରଣ ଲୋକେ ସେମାନଙ୍କ ଠାରୁ ନିଜକୁ ସନ୍ତୁଳିତ ଅବସ୍ଥାରେ ରଖିବା ଛଡା ଅନ୍ୟ କୌଣସି ଉପାୟ ନାହିଁ ବୋଲି ଆମ ବିଚାରରେ ଆପଣଙ୍କ କିଛି ଅଭିଜ୍ଞତା ଥିଲେ ପ୍ରକଟ କରିବେ ବୋଲି ଆଶା…..
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.