

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୩୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ଏବଂ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ଭୂମର ଉଦଘାଟନ କରିଥିଲେ । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଏସ. ମୋହନ ରାଓ ପ୍ରାରମ୍ଭିକ ଭାଷଣ ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଚାଳନା ସମିତିର ସମ୍ପାଦକ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ବର୍ଷବ୍ୟାପୀ ସମ୍ପାଦିତ ହୋଇଥିବାରୁ ପ୍ରଧାନଆଚାର୍ଯ୍ୟ ଉମାଧବ ମହାନ୍ତି ବିଦ୍ୟାଳୟର କୃତିତ୍ତ୍ୱର ଏକ ବିବରଣୀ ପାଠ କରିଥିଲେ । ଏହାସହ ଦୁର୍ନତି ନିବାରଣ ବିଭାଗର ଅଧିକ୍ଷକ ଦେବଦତ୍ତ ପଟ୍ଟନାୟକ ନିଜର ସାରଗର୍ଭକ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ରବର ବୋର୍ଡ ସଭାପତି ଭୃଗୁବକ୍ସି ପାତ୍ର, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପରିଚାଳନା ସମିତିର ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ଉପଦେଷ୍ଠା ନରସିଂହ ଚୌଧୁରୀ, ଧର୍ମରାଜ ସାହୁ, ହରିକୃଷ୍ଣ ପାଢ଼ୀ, ସୁଦର୍ଶନ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ବିଦ୍ୟାଳୟରେ ଅଧୟନରତ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଚୟନ ହୋଇଥିବା ୭୪ ଜଣ ଛାତ୍ରଛାତ୍ରୀ, ନାଇଜର ପାଇଥିବା ୨ଜଣ ଛାତ୍ର, ଆଇଆଇଟି ପାଇଥିବା ୩ ଜଣ ଛାତ୍ର, ଆଇଜରର ୮ ଜଣ ଛାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଇଂ. ମମତା ପାଣିଗ୍ରାହୀ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



