

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଆଇଆରଇ ଛକ ନିକଟ ଘଡଘଡାପଲ୍ଲୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଲକ୍ଷ୍ମୀ ନୃସିଂହ ମନ୍ଦିରର ନୀଳଚକ୍ର ଧ୍ୱଜା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଠାରେ ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ରର ସଭାପତି ତଥା ନୃତ୍ୟଗୁରୁ ବଡ଼ଦାସୁଡୁ ଆର୍.ସତ୍ୟମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲୀକ ଯୋଗଦେଇ କଳାକାର ଓ କଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ହୋମ ଯଜ୍ଞ ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ଉପସଭାପତି ମହେଶ୍ୱର ପ୍ରଧାନ, ସମ୍ପାଦକ ଅଶୋକ ପଣ୍ଡା, ଏସ୍.ବିଶ୍ୱନାଥ ରେଡ୍ଡୀ, ପି. ସୁରିବାବୁ, ଏମ୍. ନାରସିମୁଲୁ ରେଡ୍ଡୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନର କଳାକାର ଯୋଗ ଦେଇଥିଲେ । ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ କଳାକାରଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା କଳା କେନ୍ଦ୍ର (ଭାଗବତ ଗାଦି)ର ସଭାପତି ତଥା ନୃତ୍ୟଗୁରୁ ବଡଦାସୁଡୁ ଆର୍.ସତ୍ୟମ ରେଡ୍ଡୀ କାର୍ଯ୍ୟ କରିଆସୁଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

