ନୂଆ ବର୍ଷ ପାଇଁ ଟ୍ୱିନ୍ ସିଟିରେ ୧୪୪ ଧାରା ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ବର୍ଷ ଯୋଗୁଁ ଓଡିଶାରେ ଆଜି ରାତି ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ଜଣାପଡ଼ିଛ । ସୂଚନା ଅନୁଯାୟୀ ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଅନୁରୋଧ କରିଛନ୍ତି । ନାଇଟ୍ କର୍ଫ୍ୟୁକୁ ନେଇ ସେ କହିଛନ୍ତି ଯେ, ‘ଟ୍ୱିନ୍ ସିଟି ବା କଟକ ଭୁବନେଶ୍ୱରରେ ରାତି ୧୦ଟାରୁ ୧୪୪ ଧାରା ଜାରି କରାଯିବ । ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇ ରାତିରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯିବ । ରାତି ୯ଟା ସୁଦ୍ଧା ହୋଟେଲ, ବାର ଓ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା କରାଯିବ । ଘରେ ରହି ନୂଆବର୍ଷ ଉତ୍ସବ ପାଳନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଅପିଲ କରିଛନ୍ତି । ଏହାସହ ଗହଳି ନ କରିବା ସହ ନୂଆବର୍ଷ ଭୋଜିର ମଧ୍ୟ ଆୟୋଜନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା