ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ଵର ଉଠୁଛି । ଜନସାଧାରଣ ଏହାକୁ ନାପସନ୍ଦ କରୁଥିବା ବେଳେ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁଶାନ୍ତ କହିଛନ୍ତି, ବାଇକ୍‌ରେ ଗଲେ ଯେତିକି ୫୦ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଜରିମାନା ଦେବାକୁ ପଡ଼ୁଛି । ଲୋକେ ସାଙ୍ଗରେ ଯେତିକି ଟଙ୍କା ନେଇ ଯାଉଛନ୍ତି, ତା’ଠାରୁ ଅଧିକ ଜରିମାନା ଦେଉଛନ୍ତି । ଏଣୁ ପ୍ରଥମେ ଲୋକଙ୍କୁ ସତର୍କ ସୂଚନା ଦେଇ ପରେ ଆଇନକୁ ଲାଗୁ କରିବା କଥା । ଏବେ ଗରିବ ଲୋକେ ଆଉ ଗାଡ଼ି ଚଳାଇପାରିବେ ନାହିଁ । ତେଣୁ ଏହି ଆଇନ୍‌ ରେ ଅସଙ୍ଗତି ଥିବା ମନ୍ତ୍ରୀ କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର