ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣପୂର୍ବ ରେଳ ପଥର ଖଡଗପୁର-ଭଦ୍ରକ ରେଳ ସେକ୍ସନର ଜଳେଶ୍ୱର ନୂଆବଜାରଠାରେ ଏକ ରେଳ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଦୀର୍ଘ ୩ବର୍ଷ ଧରି ଚାଲିଛି । ରେଳବାଇ ସ୍ଥାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଆଜି ରେଳ ଧାରଣର ଉଭୟ ପଟେ ଥିବା ପିଲର ଉପରେ ଲୁହା ସ୍ଲାବ ପଡିବାରୁ ଦୀଘ ୩.୩୦ମି ଧରି ଖଡଗପୁର-ବାଲେଶ୍ୱର ମଧ୍ୟରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା । ଗତ କିଛିଦିନ ଧରି ରେଳ ସ୍ଲାବ ପଡିବାଲାଗି ସବୁ ବନ୍ଦବସ୍ତ ହୋଇଥିଲେ ମଧ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ରେଳ ଚଳାଚଳ ବନ୍ଦ ଲାଗି ନିର୍ଦ୍ଦେଶ ନ ଥିବାରୁ ତାହା ହୋଇ ପାରିନଥିଲା । ଆଜି ସଜାକଳ ୭.୩୦ମି. ରେଳ ଚଳାଚଳ ବନ୍ଦ ହୋଇଥିବା ବେଳେ ୧୧.୪୦ମିରେ ଭୁବନେଶ୍ୱରପଟୁ ଜନଶତାବ୍ଦି ଓ ହିଜିଲି ପଟୁ ସମ୍ପର୍କକ୍ରାନ୍ତି ଜଳେଶ୍ୱରରେ ପହଞ୍ଚିଥିଲା । ରେଳ- ବିଦ୍ୟୁତ୍ ଚଳାନା ବନ୍ଦ ରଖାଯାଇଥିବାରୁ ରେଳ ଚଳାଚଳ ବନ୍ଦ ହୋଇଥିଲା ବୋଲି ବିଭାଗୀୟ ସ୍ଥାନୀୟ କମକର୍ତ୍ତା କହିଛନ୍ତି । ୬ଟି ଲୁହା ସ୍ୱାବକୁ ୩ଟି କେନ୍ ଦ୍ୱାରା ପିଲର ଉପରେ ରଖାଯିବାପରେ ଦିନ ତମାମ ଅଧିକାରୀମାନେ ପରିକ୍ଷା ନିରିକ୍ଷା କରିଥିଲେ । ଏହି କାର୍ଯ୍ୟ ଚାଲିଥିବା ବେଳେ ଦକ୍ଷିଣ-ପୂର୍ବ ରେଳ ପଥର ଚିଫ ଇଞ୍ଜିନିୟକର (ନିର୍ମାଣ) ବମ୍ ବମ୍ ପାଣ୍ଡେ, ସହକାରୀ ଇଞ୍ଜିନୀୟକର (ନିର୍ମାଣ) ସଂଜିବ କୁମାର ସିହ୍ନା, ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ଘଟଣା ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲ ନିମାଣ ସମ୍ପର୍କୀୟ ଇଞ୍ଜିନୀୟର, ଆର୍ପିଏଫ, ଆୟଡବ୍ଲୁ, ପିଡବ୍ଲୁଆଇର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା