

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ନୁତନ ଆଂଚଳିକ ପରିବହନ ଅଧିକାରୀ (ଆରଟିଓ) ଭାବେ ବିକାଶ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବାଲେଶ୍ବର ଜିଲ୍ଲାର ଆରଟିଓ ଭାବେ କାର୍ଯ୍ୟ କରୁଥିଲେ । ୧୯୯୧ ମସିହାରେ ପରିବହନ ବିଭାଗରେ ଆରମ୍ଭ କରି ବାଲେଶ୍ବର, ଯାଜପୁର, ରାଉଲକେଲାରେ ବିଭିନ୍ନ ପଦବୀରେ ରହି ଆସିଛନ୍ତି । ପୁର୍ବରୁ ଦାୟିତ୍ୱରେ ଥିବା ସଞୟ କୁମାର ବିଶ୍ବାଳ ଆଜି ସନ୍ଧ୍ୟା ସମୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ପୁଷ୍ପ ଦେଇ କାର୍ଯ୍ୟାଳୟରେ ସ୍ୱାଗତ ଜଣାଇଥିଲେ । ଶ୍ରୀ ବିଶ୍ବାଳ ଭୁବନେଶ୍ବର ଦୁଇ ଆରଟିଓ ଭାବେ ବଦଳି ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା