
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥାପିତ ଗଞ୍ଜାମ ସହର ଥାନାର ନୂତନ ଥାନା ଅଧିକାରୀ/ଆଇଆଇସି ଭାବେ ଶୁଭେନ୍ଦୁ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏଥି ପୂର୍ବରୁ କମିଶନରେଟ ପୋଲିସ ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରୁଥିଲେ l ଗଞ୍ଜାମ ଥାନାର ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ଇତିମଧ୍ୟରେ ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଥିବା ଜଣାଯାଇଛି । ମହାମାରୀ କରୋନା ସମୟରେ ଲୋକଙ୍କୁ ସଚେତନତା ସହ ଆଇନ ଶୃଙ୍ଖଳା ପାଇଁ ପେଟ୍ରୋଲିଙ୍ଗ ଭଳି ପଦକ୍ଷେପକୁ ଅଧିକା କଡାକଡି କରିବାକୁ ପ୍ରାଥମିକତା ଦିଆଯିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି l