ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର ଚୋରମରା ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟ, ଚୋରମରାରେ ନୂତନ କରି ଯୋଗଦାନ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରୀତିଲତା ସୋରେନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଲୁମିନି କମିଟି ସଭାପତି ମନ୍ତୋଷ କୁମାର କମିଳାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସରପଞ୍ଚ ଶ୍ରୀମତୀ ଇନ୍ଦିରା କମିଳା, ପୂର୍ବତନ ସରପଞ୍ଚ ପରିତୋଷ କମିଳା, ସମାଜସେବୀ ବୁଲୁ ଦାସ, ମନୋରଞ୍ଜନ ରାଉଳ, ସୁଦର୍ଶନ ରାଉଳ ପ୍ରମୁଖ ଯୋଗଦାନ କରି ସ୍ୱାଗତ ଅଭିଭାଷଣ ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଦାସ ଅତିଥି ପରିଚୟ କରିଥିବା ବେଳେ ସହକାରୀ ଶିକ୍ଷକ ସୁଦାମ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ରାଜା ସିଂ, ସପନ କୁମାର ମଲ୍ଲିକ, କୃପାସିନ୍ଧୁ ହାଜିରା, ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଗତ ଦୁଇ ତିନି ଦିନ ପୂର୍ବରୁ କେତେକ ଖବର କାଗଜରେ ଅନୁରୂପ ଭାବରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ସାହୁ ବୋଲି ପ୍ରକାଶିତ ହୋଇଥିଲା, ମାତ୍ର ଶ୍ରୀ ସାହୁ ଲିଖିତ ଭାବେ ସଭାପତି ଅଛନ୍ତି ବୋଲି ଆମ ପ୍ରତିନିଧିଙ୍କ ଠାରେ ଦେଇ ଥିବାରୁ ତାହା ପ୍ରକାଶିତ ହୋଇଥିଲା । ପ୍ରକୃତରେ ତାହା ମିଥ୍ୟା ଅଟେ ଓ ସେ କମିଟିରେ ସଭାପତି ନାହାନ୍ତି ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ବିଦ୍ୟାଳୟରେ ପୂର୍ବରୁ ଯେଉଁ କମିଟି ହୋଇଥିଲା, ସେଥିରେ ସେ ପୁରୁଷ ସଭ୍ୟ ଅଟନ୍ତି, ସେ କମିଟି ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଅନୁମୋଦନ ହୋଇ ନ ଥିବା, ପୂର୍ବତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବର୍ତ୍ତମାନର ସହକାରୀ ଶିକ୍ଷକ ରାଜା ସିଂ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି ପରିଡା