

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଢେଙ୍କାନାଳର ପରଜଙ୍ଗ ମହା ବିଦ୍ୟାଳୟ ଓ ବାରିହାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ମନ୍ତ୍ରୀ ଏସଜେ ମହେଶ ସାହୁ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ଅକ୍ଷୟ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଏସଜେ ଭୁପେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏସଜେ ନିରାକାର ପ୍ରଧାନ, ଏସଜେ ନରେନ୍ଦ୍ର କୁମାର ପଣ୍ଡା ଓ ଏସଜେ ସନାତନ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
