

ଛତ୍ରପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଳକର ରାମାେୟାପାଟଣା ଗ୍ରାମ ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସମୁଦ୍ରକୂଳ ଠାରୁ ମାତ୍ର ୧କିମି ଦୂରରେ ଥିବା ଏହି ଗାଁକୁ ଘାରିଛି ଅଜଣା ଭୟ । ସମୁଦ୍ରକୂଳ ଲଙ୍ଘିବା କାରଣରୁ ଏହି ଗାଁରେ ଥିବା ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭୀତ ହୋଇପଡନ୍ତି । ଯେବେ ଲଘୁ ଚାପ ଜନିତ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଲେ, ଏହି ଗ୍ରାମ ବାସୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର ଗ୍ରହଣ କରାଯାଉ ନାହିଁ । ୨୦୦୮-୨୦୦୯ ବର୍ଷରେ ସେତେବେଳେର ରାଜସ୍ୱମନ୍ତ୍ରୀ ସୂର୍ଯ୍ୟ ପାତ୍ର, କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ଭି. କାର୍ତ୍ତିକ ପାଣ୍ଡିଆନ, ବିଧାୟିକା ଉଷା ଦେବୀ ପ୍ରମୂଖ ସେଠାରେ ଗାର୍ଡଓ୍ବାଲ ନିର୍ମାଣ ସହ ସ୍ଥାନାନ୍ତର ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ସେହି ପ୍ରତିଶ୍ରୁତି ପାଣିରେ ଗାର ହୋଇଯାଇଛି । ତାହା ଠାରୁ ବଡ ଆଶ୍ଚର୍ଯ୍ୟ କଥା, ବାହୁଦା ନଦୀ ମୁହାଣ ଯାହା ପ୍ରଶାସନ ଖୋଳିବା କଥା ସେ କାର୍ଯ୍ୟକୁ ଗ୍ରାମବାସୀମାନଙ୍କ ଉଦ୍ୟମରେ ହୋଇଛି । ଆଜି କାହାରି ମନେ ନାହିଁ ଯେ, ରାମେୟାପାଟଣା ବାସୀ କେମିତି କାଳାତିପାତ କରୁଛନ୍ତି କିନ୍ତୁ ଭୋଟ ବେଳେ ଏଠାକୁ ଆସି ଭୋଟ ନେଇ ଗଲା ପରେ ଆଉ କାହାର ଦେଖା ମିଳୁନି ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


