

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନେତାଜୀ କ୍ଳବ ଦେଉଳ ସାହି ଏବଂ ମହାଲକ୍ଷ୍ମୀ ପୂଜା କମିଟି କୈବଲ୍ୟ ବଜାର ପୂଜା କମିଟି ତରଫରୁ ପୁଲୱାମା ଠାରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ନିରବ ପ୍ରାର୍ଥନା ଏବଂ ଦୀପଦାନ ସହ ନେତାଜୀଙ୍କ ପ୍ରତିମୃର୍ତ୍ତୀ ଠାରେ ପୁଷ୍ପମାଳ ଅର୍ପଣ କରି ଶ୍ରୀ ବଳରାମ ମନ୍ଦିର ଠାରେ ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଦୀପକ କୁମାର ମିଶ୍ର, ପ୍ରସନ୍ନ କୁମାର ପଟ୍ଟନାୟକ, ମଦନ ମୋହନ ପଣ୍ଡା, ଗୋବର୍ଦ୍ଧନ ବେହେରା, ସଞ୍ଜୟ କୁମାର ଭଞ୍ଜ, ଜଗଦୀଶ ପଟ୍ଟନାୟକ, ମହାଦେବ ପଣ୍ଡା, ସନ୍ତୋଷ କୁମାର ପତି, ପ୍ରଦୀପ କୁମାର ଜେନା, ସନ୍ତୋଷ ମହାନ୍ତି,ପ୍ରକାଶ କୁମାର ପତି, ସଂଜୀବ ପଣ୍ଡା, ସୌମେରନ୍ଦ୍ର ମହାନ୍ତି, ନିରଞ୍ଜନ ସାମଲ, ଚିତ୍ତରଞ୍ଜନ ପଣ୍ଡା, ଶମ୍ବୁଆ ମହାପାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରି ଶୋକସଭା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି