ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟା ୭ଟାରେ ହଠାତ୍ ଜଳେଶ୍ୱରର ନୂଆବଜାର ଅଂଚଳରେ ହାଇଭୋଲ୍ଟ ଯୋଗାଣ ହେବାରୁ ସେ ଅଂଚଳର ବହୁ ଉପଭୋକ୍ତାଙ୍କର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଜଳେଶ୍ୱର ନେସ୍କୋ କାର୍ଯ୍ୟାଳୟ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ହଠାତ୍ ହାଇ ଭଲଟେଜ୍ ଦେଖାଦେଇଥିଲା । ଫଳରେ ସେ ଅଂଚଳରେଥିବା ଟିଭି, ଫ୍ରିଜ୍, କମ୍ପୁଟର, ଏଲ୍ଇଡି, ଫେନ୍, ଏସି, ୱାସିଂ ମେସିନ୍, ଗ୍ରାଇଣ୍ଡର ପ୍ରଭୃତି ବହୁ ବିଦ୍ୟୁତ୍ ସରଞ୍ଜାମ ପୋଡିଯାଇଥିବା ଜଣାଯାଇଛି । ଏଥିଲାଗି ଉପଭୋକ୍ତମାନେ ନେସ୍କୋକୁ ଦାୟୀ କରିଛନ୍ତି । ଆସନ୍ତା ଏ ସଂପର୍କରେ ଉପଭୋକ୍ତମାନେ ନେସ୍କୋ କତ୍ତୃପକ୍ଷଙ୍କଠାରେ କ୍ଷତିପୂରଣ ପାଇଁ ଅଭିଯୋଗପତ୍ର ଦେବେ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା