
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନ ପଂଚାୟତର ଆକବରପୁର ଗ୍ରାମରେ ଦେବେନ୍ଦ୍ରନାଥ ଦାସ (୬୫)ଙ୍କର ୫ ଡିସିମିଲ ଜାଗାରେ ଏକ ସ୍ଥାୟୀ ପକ୍କାଘର ରହିଛି । ସେହି ଘରର ପଶ୍ଚିମ ଦିଗରେ ସରକାରୀ ରାସ୍ତା ଥାଇ ଉକ୍ତ ରାସ୍ତାକୁ ଦୀର୍ଘଦିନ ଧରି ବ୍ୟବହାର କରି ଆସୁଛନ୍ତି । ମାତ୍ର ନେସ୍କୋ ବିଭାଗର କର୍ମଚାରୀମାନେ ବେପାରୁଆଭାବେ ଉକ୍ତ ଘରକୁ ଲଗାଇ ପଶ୍ଚିମ ଦିଗରେ ୩୩ କେଭିଏ ବିଦ୍ୟୁତ୍ ସରବରହ ନିମନ୍ତେ ଖୁଣ୍ଟମାନ ପୋତିଅଛନ୍ତି । ଯଦି ସେହି ଘରକୁ ଲାଗି ୩୩ କେଭିଏ ବିଦ୍ୟୁତ୍ ସଂଯୋଗ ହୁଏ ତା ହେଲେ ତାଙ୍କର ଅପୂରଣୀୟ କ୍ଷତି ଘଟିବା ସଂଗେ ସଂଗେ ଧନଜୀବନ ବ୍ୟାପକ କ୍ଷତି ହେବ ବୋଲି ଆଶଙ୍କା କରି ଶ୍ରୀ ଦାସ ଗତ ୨୦୧୭ ମସିହା ଅଗଷ୍ଟ ୨୯ ତାରିଖଷର ନେସ୍କୋ ଜଳେଶ୍ୱର ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ । ମାତ୍ର କୌଣସି ଫଳ ନ ମିଳିବାରୁ ପନର୍ବାର ୨୦୧୯ ମାର୍ଚ୍ଚ ୧୨ ତାରିଖରେ ବାଲେଶ୍ୱରସ୍ଥିତ ନେସ୍କୋ ୟୁଟିଲିଟିର ଜେନେରାଲ ମ୍ୟାନେଜର (ପ୍ରଜେକ୍ଟ)ଙ୍କୁ ସମସ୍ତ ବିଷୟ ଅବଗତ କରିଛନ୍ତି । ଖୁବ୍ ଶୀଘ୍ର ଏହାର ବିହିତ ପଦକ୍ଷେପ ନେବାକୁ ଶ୍ରୀ ଦାସ କର୍ତ୍ତୃପକ୍ଷଙ୍କ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା