ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ପଞ୍ଚଭୂତି ଗ୍ରାମରେ ୨ଟି କୋରନା ପଜିଟିଭ ଚିହ୍ନଟ ହେବା ପରେ ପରିସ୍ଥିତିକୁ ନଜରରେ ରଖି ସରପଞ୍ଚ ପ୍ରମିଳା ଦୋରା ଗ୍ରାମକୁ ଆସନ୍ତା ୨୯/୦୭/୨୦ରୁ ୩୧/୦୭/୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି । ପଞ୍ଚାୟତରେ ସରପଞ୍ଚଙ୍କ ସଭାପତିତ୍ୱରେ ହୋଇଥିବା ଜରୁରୀ ବୈଠକରେ ସମିତି ସଭ୍ୟ, ସମସ୍ତ ୱାଡ଼ ମେମ୍ବର ସଭ୍ୟ ମାନେ ଯୋଗ ଦେଇଥିଲେ । ଉକ୍ତ ଆଲୋଚନା ପରେ ପରିସ୍ଥିତିକୁ ଦେଖି ସକାଳ ୭ଟାରୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଔଷଧ ଓ କୃଷି ସାମଗ୍ରୀ ବିକ୍ରି ଦୋକାନ ବଜାରକୁ ଛାଡି ଦେଲେ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଘଂନ କରନ୍ତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ଏ ନେଇ ସେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନିକଟସ୍ଥ ପୋଲିସ ଅଧିକାରୀଙ୍କୁ ଏକ ଚିଠି ଲେଖି ସମସ୍ତ ସୂଚନା ଦେଇଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ