
ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ରମୁଣି ସାହିରେ ଥିବା ପଞ୍ଚାନନ କ୍ଲିନିକକୁ ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା, ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନ ପହଞ୍ଚି ସିଲ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଏହି କ୍ଲିନିକରେ ରୋଗୀମାନେ ଆସିବା ସହ କୌଣସି ସାମାଜିକ ଦୂରତା ମାନୁ ନ ଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଚହଳି ଲାଗିରହି ଥିବା ଖବର ମିଳିବା ପରେ ଉଭୟ ଅଧିକାରୀ ଏହି କ୍ଲିନିକକୁ ସିଲ କରିଥିଲେ । କିଛି ସମୟ ପାଇଁ ଉତ୍ୟକ୍ତ ଲୋକମାନେ ରୁଣ୍ଡ ହୋଇଥିଲେ । ପରେ ବୁଝାସୁଝା ପରେ ଗହଳି ହଟି ଥିଲା ।
ରିପୋର୍ଟ-ବିପ୍ଳବ ସେଠୀ