ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଆମ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ”ର ବିଭିନ୍ନ ବ୍ଳକ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ସାରି ଥିବା ବେଳେ ବର୍ତ୍ତମାନ ଏହା ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି । ଏହି ଅବସରରେ ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ବାଉଁଶଲୁଣ୍ଡି, ଗୁଣ୍ଡୁରୀବାଡ଼ି ଆଦି ବିଭିନ୍ନ ପଞ୍ଚାୟତରେ ମାଷ୍ଟର ଟ୍ରେନର ନେତାଜୀ ବିଷୋୟୀ ଉପସ୍ଥିତ ରହି ସମସ୍ତ ଅଙ୍ଗନାବାଡି କର୍ମୀ, ଆଶାଦିଦି ଓ ଶିକ୍ଷୟିତ୍ରୀ ମାନକୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରକାଶ ଯେ କୋରନା ଗୋଷ୍ଟି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” କାଯ୍ୟକର୍ମକୁ ଆରମ୍ଭ କରାଯାଇଛି । ଏଥିରେ ପୂର୍ବରୁ ବ୍ଲକ ସ୍ତରରେ ଅଙ୍ଗନାବାଡି ସୁପର ଭାଇଜର, ବ୍ଳକ କର୍ମଚାରୀ, ମିଶନ ଶକ୍ତି ବ୍ଳକ ସଂଯୋଜକ, ଏଚଏସସି HSC ବ୍ଳକ ଲେବଲ ସଦସ୍ୟଙ୍କ ସହିତ କୋରନା ଭୁତାଣୁ ସଂକ୍ରମଣ ମାଧ୍ୟମ, ଲକ୍ଷଣଓ ସଂଘରୋଧ କେନ୍ଦ୍ର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ପ୍ରଶିକ୍ଷଣ ଦିଆଯାଇଛି । ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଅଙ୍ଗନାବାଡି କର୍ମ, ଆଶାକର୍ମୀ, ଏଏନଏମ କର୍ମୀ, ଶିକ୍ଷୟତ୍ରୀ ମାନକୁ ଏହି ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି ।
ରିପୋର୍ଟ – ନିଲୁ ବିଷୋୟୀ