ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ବାଲ୍ୟ ବିବାହ ଭଳି କୁପ୍ରଥାକୁ ଲୋପ କରିବା ଏବଂ କିଶୋର କିଶୋରୀ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ପ୍ରତିହତ କରିବା ଲାଗି ଆସିଡିଏସ୍ ପକ୍ଷରୁ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକର ନଛିମପୁର ପଞ୍ଚାୟତରେ ଆଜି ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଂଚ ଦୀପାଳୀ ଜେନାଙ୍କ ପୌରହିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବାଲ୍ୟବିବାହ, ଶିଶୁ ଶ୍ରମିକ, ଶିଶୁ ଅପହରଣ, ଶିଶୁ ଅଧିକାର, ଶିଶୁ ଶିକ୍ଷା, କୁପୋଷଣ ଉପରେ ଆଲୋଚନା କରାଯାଇଥିଲା । ଏହି କମିଟିରେ ସରପଞ୍ଚ, ସମିତି ସଦସ୍ୟ, ଆଶାକର୍ମୀ, ପ୍ରାଥମିକ/ଉଚ୍ଚ ବିଦ୍ୟାଳୟ ଶିକ୍ଷକ/ଶିକ୍ଷିକା, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠିର ପ୍ରତିନିଧି, କିଶୋର/କିଶୋରୀ, ଶିଶୁ ପାଲ୍ୟାମେଣ୍ଟର ପ୍ରତିନିଧି, ଯୁବକ ସଂଘ ପ୍ରତିନିଧି, ୱାର୍ଡ ସଭ୍ୟ/ସଭା, ସିଏସ୍ଓର ପ୍ରତିନିଧି ପ୍ରମୁଖ ସଭ୍ୟ ଭାବେ ରହିବା ସଂପର୍କରେ ଆଲୋଚନା ହୋଇଥିଲା ।