ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟକର ଶିଶୁ ଚୟନ ଓ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଗୋପାଳପୁର ପ୍ରକଳ୍ପ ତତ୍ୱାବଧାନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟକର ଶିଶୁ ଚୟନ ଓ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ମେଡ଼ିକା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମ୍ୟାନେଜର ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ସି.ଡି.ପି.ଓ କ୍ରିଷ୍ନା କୁମାରୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଶିଶୁ ସ୍ୱାସ୍ଥ୍ୟ ବିକାଶ ଓ ବାଲ୍ୟ ବିବାହ ରୋକିବା ସମ୍ପର୍କରେ ବୁଝାଇ ଥିଲେ . ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଶାଖା ମୁଖ୍ୟ ରକି ମାର୍ଟିନ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଶିଶୁ ସ୍ୱାସ୍ଥ୍ୟର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ଅବଗତ କରାଇଥିଲେ . ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡା. ଜସ୍ମିନି ଦାସ, ମେଡ଼ିକା ସ୍ୱାସ୍ଥ୍ୟ ଅଧିକାରୀ ଡା. ଇ.ପି.ରାଓ ସ୍ଥାନୀୟ ସରପଞ୍ଚ ସସ୍ମିତା ପ୍ରଧାନ, ପ୍ରମୋଦ ପାତ୍ର, ଈଶ୍ୱର ପରିଡା, ସର୍ବେଶ୍ୱର ବେହେରା ପ୍ରମୁଖ ସଚେତନତା ବକ୍ତବ୍ୟ ପ୍ରଦାନ କରିଥିଲେ . ଏଥିରେ ୨୫୦ ଜଣ ଗର୍ଭବତୀ ମହିଳା, ଶିଶୁ, ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ କିଶୋର କିଶୋରୀ କ୍ଲବ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ .

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା