ପଟେଲ ସାହିତ୍ୟ ସଂସଦ ଓ ଶିଶୁ କଲ୍ୟାଣ ସାହିତ୍ୟ ସଂସଦର ୨୮୨ତମ ମାସିକ ସାହିତ୍ୟ ଆସର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏପ୍ରିଲ ୨୧ତାରିଖ ରବିବାର ଦିନ ପଟେଲ ସାହିତ୍ୟ ସଂସଦ ଓ ଶିଶୁ କଲ୍ୟାଣ ସାହିତ୍ୟ ସଂସଦର ୨୮୨ତମ ମାସିକ ସାହିତ୍ୟ ଆସର ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସର ଟିକୁ ବୟଜେଷ୍ଠ କବି ସୂର୍ଯ୍ୟକାନ୍ତ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଇଂ ଆଶୁତୋଷ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଆସରରେ ସଂସଦର ସାଧାରଣ ସମ୍ପାଦକ କବି ପ୍ରଦୀପ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଂଗୃହିତ କବିତା ଓ ଗଳ୍ପଗୁଡିକୁ ଡ଼ଃ ଲକ୍ଷ୍ମୀନାରାୟଣ ଦାଶ ସଂଯୋଜନା ସମୀକ୍ଷା କରିଥିଲେ । ଏଥିରେ ସର୍ବଶ୍ରୀ ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁରେନ୍ଦ୍ର ନାଥ ପଣ୍ଡା, ରାଧାକୃଷ୍ଣ ସାମନ୍ତ, କାଳିନ୍ଦୀ ଚରଣ ନାୟକ, ଡା. ଗୋଦାବରୀଶ ଦାଶ, ବୃନ୍ଦାବନ ପରିଡା, ଶ୍ରୀ ଭଗବାନ ତ୍ରିପାଠୀ, ବି. ସତ୍ୟମ ଆଚାରି, ମନୋଜ କୁମାର ପାଢ଼ୀ, ଡା. ଅରୁଣ କୁମାର ଦାଶ ଏବଂ ବହୁ କବି କବୟତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ । ପରିଶେଷରେ କବି କପିଲ ଚନ୍ଦ୍ର ମହ ଉପସ୍ଥିତ କବି ଓ କବୟତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସଭାକାର୍ଯ୍ୟ ପରିସମାପ୍ତ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା