
ଭଞ୍ଜନଗର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ପ୍ରକାଶ ପାଇଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଭଞ୍ଜନଗର ନିକଟସ୍ଥ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶ୍ରୀଧର ନାୟକ କୃତିତ୍ୱ ଲାଭ କରିଛନ୍ତି । ଶ୍ରୀଧର ହେଉଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ହାଇ ସ୍କୁଲ ଛକ ବାସିନ୍ଦା ବାଇଧର ନାୟକ ଓ ପିଙ୍କି ନାୟକଙ୍କ ସୁପୁତ୍ର । ଶ୍ରୀଧରଙ୍କ ଏହି ସଫଳତା ରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର, ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଏବଂ ସଭାପତି ଶୂଳପାଣି ଶତପଥୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଚଳିତ ବର୍ଷର ବାର୍ଷିକ ଉତ୍ସବରେ ତାଙ୍କୁ ପୁରସ୍କାର ଦେବାକୁ ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି ଗୁରୁକୂଳ ସଭାପତି ଶୂଳପାଣି ଶତପଥୀ ।
ରିପୋର୍ଟ : ଭୂପତି କୁମାର ପରିଡା