
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଉପାନ୍ତ ଜଳେଶ୍ୱରକୁ ଲାଗି ପଶ୍ଚିମବଙ୍ଗ ରହିଛି । ଜଳେଶ୍ୱରରେ ୮ଜଣରୁ ଉର୍ଦ୍ଧ୍ୱ କରୋନାରେ ମୃତ୍ୟୁବରଣ କରିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ର ଅଞ୍ଚଳରୁ ବହୁ ଲୋକ ଆସି ବ୍ୟବସାୟ କରୁଥିବାରୁ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବ ଅବାଧରେ ଯିବା ଆସିବା କରୁଛନ୍ତି । ଏପରିକି ପଶ୍ଚିମବଙ୍ଗର ମୁର୍ଶିଦାବଦ ଅଞ୍ଚଳର ହଜାର ହଜାର ରାଜମିସ୍ତ୍ରୀ ଜଳେଶ୍ୱରକୁ ଆସି ଭଡାରେ ରହି ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୀମା ସିଲ ସତ୍ୱେ ସେମାନେ କିପରି ରାଜ୍ୟ ଭିତରକୁ ଆସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଳେଶ୍ୱରର ବହୁ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକମାନଙ୍କ ସହିତ ଫାଲଗୁନୀ ପାଣିଗ୍ରାହୀ, ରବିନ୍ଦ୍ର ପାତ୍ର, ବିଜୟ ସାହୁ, ଅଞ୍ଜନ ଦାସ, ରଜତ ଦାସ, ରଂଜନ ପାତ୍ର, କମଳଲୋଚନ ପାଲ, ଗୌରୀଶଙ୍କର ରଣା, ରାଜୀବ ଘୋଷ, ସ୍ୱରୂପ ଦାସ ପ୍ରମୁଖ ଥାନା ଆଇ.ଆଇ.ସି ପର୍ଶୁରାମ ସାହୁ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କୁ ଏ ସଂପର୍କରେ ଏକ ଅଭିଯୋଗ ପ୍ରଦାନ କରିଛନ୍ତିି । ଅତିଶୀଘ୍ର ପ୍ରବାସୀ ମାନଙ୍କୁ ଗଣନା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବୀ କରାଯାଇଛି ।