

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବିଶ୍ବେଶର ମନ୍ଦିର ନିକଟ ବିଜେପି କାର୍ଯ୍ୟାଳୟ ଠାରେ ସମସ୍ତଙ୍କର ପ୍ରେରଣାର ଉତ୍ସ ପଣ୍ତିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି ପାଳନାର୍ଥେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ଅନୁରୋଧ କ୍ରମେ ସମସ୍ତ ମଣ୍ତଳ ସ୍ତରରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ସମର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସଞ୍ଜିତ କୁମାର ରାଉଳଙ୍କ ସଭାପତିତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଧାୟକ ପାର୍ଥି ପ୍ରଶାନ୍ତ କୁମାର କର, ଛତ୍ରପୁର ଏନଏସି ସାଧରଣ ସମ୍ପାଦକ ଅମରେଶ କୁମାର ମହାରଣା(ଚିଣ୍ଟୁ), ଛତ୍ରପୁର ଆଇନଜୀବୀ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜୀବୀ ବ୍ରଜ଼ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡୀ, ପୂର୍ବତନ ଛତ୍ରପୁର ଉପ ନଗରପାଳ ବଶନ୍ତ କୁମାର ବେହେରା, ଚୈତନ୍ୟ ପ୍ରଧାନ, ପଦ୍ମଚରଣ ପରିଡ଼ା, ଗାଣ୍ଡୁ ଗୌଡ଼, ସୁରେନ୍ଦ୍ର ସେଠୀ, ଶରତ ପାଢ଼ୀ, ଶ୍ରୀଧର ନାୟକ(ମେଘା), ପ୍ରଫୁଲ୍ଲ କୁମାର ପଣ୍ଡା, ପି ସାନ୍ତାମ୍ମାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

