ଜଳେଶ୍ୱର (ସମୃଦ୍ଧ ଓଡିଶା) ରାମଦେବ ବାବାଙ୍କ ଯୋଗ ଦ୍ୱାରା କେତେକ ଦୂରାଯୋଗ୍ୟରୁ ମୁକ୍ତି ମିଳୁଥିବା ବେଳେ ସୁସ୍ଥ ଜୀବନଯାପନ ପାଇଁ ଯୋଗ ଜଳେଶ୍ୱର ଅଂଚଳରେ ଅଧିକ ଗ୍ରହଣିୟ ହୋଇ ପାରିଛି । ବାଲେଶ୍ୱର ଜିଲ୍ଲା କମିଟିର ଯୋଜନା ଅନୁଯାୟୀ ଆଜି ରବିବାର ଜଳେଶ୍ୱର ଷ୍ଟାଡିୟମ ପଡିଆରେ ଭୋର ୪ଟାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସହପ୍ରଭାରୀ ଅକୃର ମର୍ଥା, ଯୁବତୀ ପ୍ରଭାରୀ କଳ୍ପନା କୁମ୍ଭାର, ଜିଲା ପ୍ରଭାରୀ କରୁଣାକର ଶିଅଳ ଆୟୋଜିତ ଯୋଗ ଶିବରରେ ଯୋଗ, ପ୍ରାଣାୟାମ ଓ ଆସନ ସଂପର୍କରେ ବିସ୍ତୃତ ସୂତନ, ତଥ୍ୟ ଓ ପ୍ରଶିକ୍ଷଣ ଦେଇଥିଲେ । ପରେ ଜଳେଶ୍ୱର ତହସିଲ ସ୍ତରୀୟ ଯୋଗର ପ୍ରଚାର, ପ୍ରସାର ପାଇଁ ଗଠିତ କମିଟିରେ ପ୍ରଭାରୀ ଭାବେ ସପନ କୁମାର ବେହେରା, ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଭାବେ ରାମଚନ୍ଦ୍ର ପ୍ରଧାନ, ମହିଳା ପ୍ରଭାରୀ ଭାବେ ଇନ୍ଦୁମତୀ ଗିରି, ଯୁବ ପ୍ରଭାରୀଭାବେ ତପନ କୁମାର ସାହୁ ଓ କିଷାନ ପ୍ରଭାରୀ ଭାବେ ପ୍ରଦୀପ କୁମାର ମିଶ୍ରଙ୍କ ସହିତ ୧୫ଜଣିଆ କମିଟି ଗଠନ କରାଯାଇଛି । କମିଟିର ଉପଦେଷ୍ଟା ଓ ଯୋଗର ପ୍ରଶାର ଲାଗି କ୍ଷେତ୍ରମୋହନ ଗିରି, ନଗେନ୍ଦ୍ର କର, ସୁଶାନ୍ତ ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯଶୋମତୀ ଶିଅଳ, ଗୋବର୍ଦ୍ଧନ ସାହୁ, ପ୍ରଣବ କୁମାର ପଣ୍ଡା, ଅନନ୍ତ କୁମାର ଦାସ, ଚନ୍ଦନ କୁମାର ପାଳ, ଦୀପକ କୁମାର ସାହୁ, ନନ୍ଦିନୀ ସାହୁ ଓ ଅରୂପ କୁମାର ଜେନା ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା