ପତ୍ରିକା ଅଭିନୟ ଜଗତର ଆୟୋଜକ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ‘ବନ୍ଦେ ମାତରମ୍ ‘ତରଫରୁ ସମାଜ ସେବା ପାଇଁ ସମ୍ମାନୀତ ହେଲେ ଆମ ପ୍ରତିନିଧି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଟାଉନ ହଲ ଠାରେ ପତ୍ରିକା ‘ଅଭିନୟ ଜଗତ’ ଆୟୋଜକ ଓ ପ୍ରେସିଡେନ୍ସି ମହାବିଦ୍ୟାଳୟ ସହଯୋଗରେ ଦେଶର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ବନ୍ଦେ ମାତରମ୍” ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘାଟକ ଭାବେ ଯୋଗ ଦେଇ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହୀଦ ମାନଙ୍କୁ ସ୍ମରଣ କରିଥିଲେ।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ଆୟୋଜକ ମାନଙ୍କୁ ସାଧୁବାଦ ଦେବା ସହ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ନାଳନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀ ଚରଣ ସାହୁ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ମଞ୍ଚାସିନ ଥିବାବେଳେ ପ୍ରେସିଡେନ୍ସି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଶ୍ରୀନିବାସ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଅଭିନୟ ଜଗତର ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀଙ୍କ ରଚିତ ନାଟ୍ୟ ପୁସ୍ତକ କିଛି ଖରାପ ଭାବିବେନି ଓ ଅନ୍ୟାନ୍ୟ ନାଟକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।ନୃତ୍ୟ ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ ଓ ଗୀତିକାର ବିପିନ ମହାପାତ୍ର ଓ ଅବସରର ପ୍ରାପ୍ତ ସମରିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କୁ ଏବଂ ବ୍ରହ୍ମପୁର ସାମ୍ବାଦିକ ସଙ୍ଘର ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା – ସଭାପତି – ଅଶୋକ କୁମାର ବ୍ରହ୍ମା, ଉପସଭାପତି – ଅଭୟ ପାଢ଼ୀ, ସମ୍ପାଦକ – ପ୍ରହଲ୍ଲାଦ ସାହୁ, ସହ ସମ୍ପାଦକ – ଗୋପାଳ ରେଡ୍ଡୀ ଓ କୋଷାଧ୍ୟକ୍ଷ ଶିବରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ସହ ଆମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ସମାଜ ସେବୀ ଭାବେ ସମ୍ମାନୀତ କରାଯାଇଥିଲା।୧୭ ଟି ଶିକ୍ଷା ଓ ନୃତ୍ୟ ଅନୁଷ୍ଠାନରୁ ୧୫୦ ଜଣ ଛାତ୍ର/ଛାତ୍ରୀ ଦଳଗତ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିବା ବେଳେ ସୁଦିପ ସାହୁ, ନବ କିଶୋର ମହାପାତ୍ର, ସାର୍ଥକ ପାଢ଼ୀ, ଅନନ୍ୟା ପାଢ଼ୀ ଓ ମଧୁସ୍ମିତା ସଂଗୀତ ପରିବେଷଣ କରିଥିଲେ ।ଅନିଲ କୁମାର ପାତ୍ର, ନାରାୟଣ ମହାଙ୍କୁଡ, ବିଶ୍ୱନାଥ ପଟନାୟକ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ଟି ଆପ୍ପା ରାଓ, ସୁଜ୍ଞାନୀ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ରହି ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଶ୍ରୀ ଦିଶା ସାହୁ ସଂଯୋଜନା କରିଥିଲେ।

ରିପୋର୍ଟ୍: ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା