
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରରେ ୭୩ ଜଣ ହାଇସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଭାବେ ପଦୋନ୍ନତି ପାଇଥିବା ବେଳେ ଜଳେଶ୍ୱର ବ୍ଲକରେ ୯ଜଣ ପଦୋନ୍ନତି ପାଇଛନ୍ତି । ଖୁଲୁଡା ଶୀତଳା ଉଚ୍ଚ ବିଦ୍ୟାଳୟରେ ଡ. ଅଜିତ୍ କୁମାର ମହାନ୍ତି, ସମ୍ପତ୍ତିଆ ନିଗମାନନ୍ଦଉଚ୍ଚ ବିଦ୍ୟାଳୟରେ ବିଦ୍ୟାପତି ଦେ, ଶାଳିକୋଠାର ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ହରେକୃଷ୍ଣ ଜେନା, ପଶ୍ଚିମବାର୍ଡ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ମନୋଜ ମହାନ୍ତି, ଜମାଳପୁର ବିଏନ୍ ଏକାଡେମୀରେ ଅଜୟ କୁମାର ଦାସ, ଭେଲୋରା ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ରାଜେନ୍ଦ୍ର ଦତ୍ତ, ବାଗପୁଞ୍ଜିର ଏ.ସି.ଦେବ ଉଚ୍ଚ ବିଦ୍ୟାଳୟରେ ପଞ୍ଚାନନ ସାଉ, ଗଡସାହିବାଲିଆପାଳର ଏସ ଆର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁଗଳ କିଶୋର ଜେନା, ଗୁଆଗଡିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶରତ କୁମାର ଚନ୍ଦ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ଓଷ୍ଟା ଜଳେଶ୍ୱର ଶାଖା ପକ୍ଷରୁ ପ୍ରଧାନ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରାଯାଇଥିବା ବେଳେ ଓଷ୍ଟା ଜିଲା ସଂପାଦକ ମନୋରଂଜନ ଦାସ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଉପରୋକ୍ତ ୯ଜଣ ଶିକ୍ଷକ ମଧ୍ୟରୁ ୭ଜଣ ବିଜ୍ଞାନ ଶିକ୍ଷକ ରହିଥିବାରୁ ଅବିଳମ୍ବେ ସେମାନଙ୍କ ସ୍ଥାନରେ ବିଜ୍ଞାନ ଶିକ୍ଷକ ନିଯୁକ୍ତ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।
ରିପୋର୍ଟ : ଭୂପତି ପରିଡା