

ପଦ୍ମପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱକୁ ଏବେ କରୋନା ଭୂତାଣୁ ଭୟ । କରୋନାକୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ଉପଖଣ୍ଡର ଜନସାଧାରଣ ମଧ୍ୟ ଜନତା କର୍ଫ୍ୟୁ ଆହ୍ୱାନକୁ ସମର୍ଥନ କରି ଆଜି ସକାଳ ୭ଟାରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲାଟ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଜରୁରୀ କାମ ନ ହେଲେ କୌଣସି ବ୍ୟକ୍ତି ଘରୁ ବାହାରୁନାହାନ୍ତି । କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ଯାନବାହନ ବନ୍ଦ ରହିଛି ।
ରିପୋର୍ଟ – ନିରୋଜ କୁମାର ପାଣି