ନାରୀ …..
ସ୍ରଷ୍ଟାଙ୍କର ଏକ
ଅନବଦ୍ୟ ସୃଷ୍ଟି
ରୂପ ଗୁଣେ ଅନୁପମା ।
ତା’ ପାଇଁ ପରା
ଏ ସଂସାର ସୁନ୍ଦର
କି ଦେଵା ତା’ର ଉପମା । ।
ସବୁ ଶୂନ୍ୟତାକୁ
ପୂର୍ଣ୍ଣ କରେ ସିଏ
ସେ ପରା ଅପରାଜିତା ।
କେବେ କେଉଁ ରୂପେ ,
ହୁଏ ଅବତୀର୍ଣ୍ଣା
ତେଣୁ ସେ ଚିର ପୂଜିତା । ।
ପ୍ରେରଣାର ଉତ୍ସ
ହୋଇ ସେ ଧରାରେ ,
ଦେଖାଏ ନୂତନ ମାର୍ଗ ।
ପ୍ରଚଣ୍ଡ ପ୍ରତିଭା
ଅଧିକାରୀ ସେ ,
ଧରାକୁ କରଇ ସ୍ଵର୍ଗ ୲ ୲
ପଦ୍ମଶ୍ରୀ ବିଜୟୀ
କମଳା ପୂଜାରୀ
ଆଦିବାସୀ ନାରୀ ସେହି ।
ଲୋକ ମୁଖେ ସଦା,
ପଛୁଆ ଜିଲ୍ଲା ଯେ’
କୋରାପୁଟେ ଜନ୍ମ ହୋଇ । ।
ପୁରୁଷ ଆଜି ଯେ’
କାର୍ଯ୍ଯରେ ବିମୁଖ
ସେଥିରେ ସେ ବିଚକ୍ଷଣା ।
କଳାଜିରା ଧାନ
ଉତ୍ପାଦିକା ସିଏ
କୃଷିରେ ସେ ଯେ’ ନିପୁଣା । ।
ସବୁଜ ବିପ୍ଳବ
ପ୍ରବର୍ତ୍ତକ ସାଥେ ,
କରିଛନ୍ତି ସିଏ କାମ ।
ସ୍ଵାମିନାଥନ୍ ଙ୍କ
ଆଦର୍ଶ ମାର୍ଗରେ ,
ରଖିଛନ୍ତି ନିଜ ନାମ । ।
ଦୀର୍ଘ ବର୍ଷ ପ୍ରାୟ
ଷାଠିଏ ଦଶନ୍ଧି
ପୁରାତନ ଧାନ ଚାଷ ।
ପାରମ୍ପାରିକ ଯେ’
ସେ କୃଷି ପଦ୍ଧତି
କଲେ ଆପଣାର ବଶ ।।
କୋରାପୁଟ ଗୌରବ
ହୋଇ ସେ ପାରନ୍ତି
ଏବେ ସେ ଜଗତ ଜିତା ।
ଅବଳାକୁ କେବେ
ନ ଭାବ ଦୁର୍ବଳା
ବିଶ୍ଵେ ସେ ଚିର ବନ୍ଦିତା । ।
** ସଂଯୁକ୍ତା ରାଉତ **
ଜୟପୁର,କୋରାପୁଟ
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା