

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସବରେଜିଷ୍ଟ୍ରାର ଅଫିସ ଛକ ଠାରେ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏଥିସହ ଧାନମେରା ସାହି ଗାନ୍ଧୀ ମଣ୍ଡପ ଠାରେ ମୋହନ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ମୋହନ ନାୟକ ଦଳିତ ନିଷ୍ପେସିତ ଜନତାଙ୍କ ପ୍ରାଣକର୍ତ୍ତା ଏବଂ ଜଣେ ତ୍ୟାଗୀ ପୁରୁଷ ଥିଲେ ବୋଲି କହିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସୁକାନ୍ତ ମୁଖି, ପୂର୍ବତନ କର୍ପୋରେଟର ଅନିଲ କୁମାର ନାୟକ, ବାନାମ୍ବର ନାୟକ, ଚିନ୍ତାମଣି ନାୟକ, ମନୋରଞ୍ଜନ ଲିମାଇ, ରାଜେଶ ନାୟକ, ବିଶ୍ୱନାଥ ଘଡ଼େଇ, ପ୍ରଭାକର ନାୟକ, ଜନାର୍ଦ୍ଦନ ଘଡ଼େଇ, ବାବୁରାଓ ଘଡ଼େଇ ଓ ଫାଲଗୁନ ମାଧେଇ ଉପସ୍ଥିତ ରହି ମୋହନ ବାବୁଙ୍କ ସ୍ମୃତିଚାରଣ କରିଥିଲେ ।
ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା