

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଥିବା ପଦ୍ମନାଭ ଗୋଶାଳାରେ ପବିତ୍ର କାର୍ତ୍ତିକ ମାସ ଗୋ ଅଷ୍ଟମୀ ଉପଲକ୍ଷେ ଗୋଶାଳାରେ ସକାଳ ୮ ଘଟିକା ସମୟ ଠାରୁ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ଏବଂ ହୋମାଦି କାଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଦାଶ ବ୍ରହ୍ମଚାରୀ ହରିଦ୍ଵାର ଗୈାଡିୟ ମଠରୁ ଆସି ଗୋମାତା ମାନଙ୍କୁ ପୂଜାର୍ଚ୍ଚନା କରିବା ସହ ସମସ୍ତ ଭକ୍ତମାନଙ୍କ ଉପସ୍ଥିତିରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରିଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମନାଭପୁରର ସମସ୍ତ ପୁରୁଷ ଓ ମହିଳା ଭକ୍ତ ମିଶି କୋରନା ମହାମାରୀ ନିୟମ ମାନି ଚଳି ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଭଜନ, କୀର୍ତ୍ତନ, ହୁଳହୁଳି ଶବ୍ଦରେ ପୂର୍ଣ୍ଣାହୁତି କରାଯାଇ ଶେଷରେ ପ୍ରାସାଦ ଶେବନର ଆୟୋଜନ କରାଯାଇଥିଲା ପଦ୍ମନାଭଫୁର ଏବଂ ଆଖପାଖ ଅଞ୍ଚଳର ସମସ୍ତ ଭକ୍ତ ଆସି ଅତି ଆନନ୍ଦର ସହିତ ପ୍ରସାଦ ସେବନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା