

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଘୋଷ ଯାତ୍ରା ଅବସରରେ ଭାରତୀୟ ଡାକବିଭାଗ ପକ୍ଷରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥର ସାଂକେତିକ ଚିତ୍ରକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ମୋହର କ୍ୟାଚେଟର ଶୁଭାରମ୍ଭ ପୂର୍ବକ ସ୍ୱତନ୍ତ୍ର ତଥା ବିଶେଷ ରଦ୍ଦକରଣ ଓ ଉକ୍ତ କ୍ୟାଚେଟର ସଂକେତ ବହନ କରୁଥିବା ଡାକ ଲଫାପା, ଅନ୍ତର୍ଜାତୀୟ ପତ୍ର, ପୋଷ୍ଟକାର୍ଡ ପ୍ରଭୃତିର ଲୋକାର୍ପଣ ହୋଇଛି l ଏହି ଅବସରରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ଉଭୟ ବ୍ରହ୍ମପୁର ଓ ଛତ୍ରପୁର ମୁଖ୍ୟ ଡାକଘର ପରିସରରେ ବରିଷ୍ଠ ଡାକଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରହିତ୍ୟରେ ପର୍ଯ୍ୟlୟ କ୍ରମେ ଏହି ମହନିୟ ଓ ସ୍ମରଣୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ଠାରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ, ମୁଖ୍ୟ ଅତିଥି ଗଞ୍ଜାମ ଶ୍ରୀମତୀ ଲିନା କୁମାରୀ ଖେସ ମୋହାଦୟl ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ପ୍ରଭୃତି ସନମାନିତ ଅତିଥି ରୂପେ ଯୋଗଦେଇ ଡାକ ବିଭାଗର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ l ଛତ୍ରପୁର ମୁଖ୍ୟ ଡ଼ାକପାଳ ଅଶ୍ୱିନୀ କୁମାର ସ୍ୱାଇଁ, ସହକାରୀ ଡାକ ଅଧିକ୍ଷକ ଏମ. ସଞ୍ଜୟ କୁମାର ଦୋରା, କିରଣ ଵାଳା ପଣ୍ଡା, ଡାକ ଟିକଟ ସଂଗ୍ରାହକ ଅଜିତ କୁମାର ପଣ୍ଡା, ଦିଲୀପ କୁମାର ପଣ୍ଡା, ରମେଶ ଚନ୍ଦ୍ର ପୁରୋହିତ, ସୁଶ୍ରୀ ପ୍ରିୟ ଦର୍ଶନୀ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମର ସଫଳ ରୂପାୟନ କରିବା ସହ ଡାକଟିକଟ ସଂଗ୍ରହର ଉପାଦେୟତା ସମ୍ପର୍କରେ ଆଲୋକପlତ କରିଥିଲେ l ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ପାଢ଼ୀ ଡାକ ଟିକଟ ସଂଗ୍ରହ ବା ଫିଲାଟେଲି ଭଳି ଏକ ସୁନ୍ଦର ଅଭ୍ୟାସକୁ ସବୁ ପରିବାର ନିକଟରେ ପହଞ୍ଚାଇବକୁ ସମସ୍ତଙ୍କୁ ବାର୍ତା ଦେଇଥିଲେ l ସେହିଭଳି ବ୍ରହ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଡାକଅଧିକ୍ଷକ ଚକ୍ରଧର ନାୟକ, ବ୍ରହ୍ମପୁର ମୁଖ୍ୟଡାକପାଳ କାହ୍ନୁ ଚରଣ ସାହୁଙ୍କ ସମେତ ଦକ୍ଷିଣ ଓଡିଶା ଡାକଟିକଟ ସଂଗ୍ରାହକ ସଂଘ ତରଫରୁ ଡ଼କ୍ଟର ପ୍ରାଣଚାନ୍ଦ ପଣ୍ଡା, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ l ଛତ୍ରପୁର କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଦୋରା ପରିଚାଳନା କରିଥିବା ବେଳେ ବ୍ରହ୍ମପୁର କାର୍ଯ୍ୟକ୍ରମକୁ ଶ୍ରୀମତୀ ପଣ୍ଡା ପରିଚାଳନା କରିଥିବା ବେଳେ ସ୍ଥାନୀୟ ଡାକ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

