

ପୋଲସରା (ସମୃଦ୍ଧ ଓଡିଶା) ପବିତ୍ର ମହାଶିବରାତ୍ରି ଉପଲକ୍ଷେ ହାତୀଓଟ ଗ୍ରାମର ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭଜନ ଓ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି । ଏଥିରେ ବହୁ ପ୍ରତିଯୋଗୀ ଓ କୁନି କୁନି କଳାକାରମାନେ ଯୋଗ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

