
ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ଶିବରାତ୍ର ଉପଲକ୍ଷେ ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ପ୍ରଶାନ୍ତ କୁମାର କର, ବିଜେପି କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଯୁବମୋର୍ଚ୍ଚା ସଂପାଦକ ବିଜୟ କୁମାର ସାହୁ, ପି.ପୁରୁଷୋତମ ସାହୁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ଫାଇନାଲ ଖେଳ ହେବ । ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଶଙ୍କର ରାଓ, ପି.ବାବୁଲା ରେଡ୍ଡି, ଦୀନବନ୍ଧୁ ପାତ୍ର, ବିଜୟ ପ୍ରଧାନ ପ୍ରମୁଖ ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା