ପର ପାଇଁ ଭାବୁଥିବା ମାତୃହୃଦୟ ସୁବାସିନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ମ୍ୟୁନିସୀପାଲଟିର ୩ନଂ ୱାର୍ଡରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ବିଧବା ସୁବାସିନୀ (ପୁଚି) ସମସ୍ତଙ୍କ ମଂଗଳ ପାଇଁ ସାଜିଛନ୍ତି ମା । ସ୍ଥାନୀୟ ଅଂଚଳବାସୀଙ୍କ ମଙ୍ଗଳଲାଗି ସେ ବିଭିନ୍ନ ସମୟରେ ପୂଜାର୍ଚ୍ଚନା କରିବା, ମହୋତ୍ସବ କରି ଦୁଃଖିରଙ୍କିଙ୍କୁ ଅନ୍ନଦାନ କରାଇବା ସହିତ ଅନ୍ୟ ଦୁଃଖରେ ଦୁଃଖି ହୋଇ ଆସିଛନ୍ତି ସେ । ଏବେ ନିଜର ବୋଲି କେହି ନ ଥିବା ବେଳେ ରୋଜଗାର ହେଉଥିବା ଅର୍ଥକୁ ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ସେ । ତାର ଶୈଶବ ଅବସ୍ଥାରେ ବାରିପଦାର କୌଣସି ଏକ ଅଂଚଳରୁ ଆସି ଜଳେଶ୍ୱର ଇଟାଭାଟିରେ କାମରି ପ୍ରତିପୋଷଣ କରି ପୁଚି ଆଜି ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ହୋଇପାରିଛି । ଇଟାଭାଟିରେ କାର୍ଯ୍ୟ କରୁଥିବା ବେଳେ ବାହାଦୁର ନାମକ ଏକ ବିହାରୀ ଯୁବକକୁ ବିବାହ କରିଥିଲେ । ମାତ୍ର ଦୁର୍ଭାଗ୍ୟ ସେ ମଧ୍ୟ ଅଧାରାସ୍ତାରୁ ହାତଛାଡି ଆରପାରିକୁ ଚାଲି ଗଲାପରେ ଦୁର୍ଦ୍ଦିନରେ ସମୟ କାଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେଣୁ ପରେ ତାର ସ୍ୱାମୀଙ୍କ ଚାକିରୀରେ ୪ର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀଭାବେ କାର୍ଯ୍ୟକରି ଅସୁଛନ୍ତି । ଗତ ଶନିବାର ରାତିରେ ୩ନଂ ୱାର୍ଡରେ ଏକ ଦେବୀପୂଜାର୍ଚ୍ଚନା କରି ସ୍ଥାନୀୟ ଲୋକଙ୍କୁ ଆପ୍ୟାୟିତ କରିଛନ୍ତି । ଏବେ ସେ ଜଳେଶ୍ୱରର ଜଣେ ଆଦର୍ଶ ମହିଳାଭାବେ ବେଶ୍ ପରିଚିତ ହୋଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା