

ଜଳେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନୀତ ବର୍ଷା ଓ ପଶ୍ଚିମବଂଗର ଉଦ୍ବୃତ୍ତ ବର୍ଷାପାଣି ଯୋଗୁଁ ଜଳେଶ୍ବର ଭୋଗରାଇର ବିସ୍ତିର୍ଣ୍ଣ ଅଂଚଳ ଜଳମଗ୍ନ ହେବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇ ଯାଇଛି । ହଜାର ହଜାର ଜମି ଚାଷ ଜମି ଉପରେ ୪/୫ଫୁଟ ଉଚ୍ଚର ବର୍ଷାପାଣି ଲହଡି ଭାଂଗୁଛି । ଏହି ଉଦ୍ବର୍ଷାପାଣି ନିଷ୍କାସନ ହେବା ପଥ ସଂକୁଚିତ ହେବାରୁ ଏବଂ ନଦୀରେ ବନ୍ୟା ଥିବାରୁ ଦୀର୍ଘଦିନ ଜଳନିଷ୍କାସନ ହୋଇପାରେ ନାହିଁ ଫଳରେ ଏହି ବିସ୍ତିର୍ଣ୍ଣ ଅଂଚଳରେ ଧାନ ପରିବା ଚାଷ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଲଘୁଚାପ ଜନୀତ ବର୍ଷାଯୋଗୁଁ ଗତ ୩ ଦିନରେ ୨୦୩ ମିମି. ବର୍ଷା ହୋଇଥିବା ବେଳେ ଗତ ସୋମବାର ଠାରୁ ଆଜି ସକା ୮ଟା ଯାଏ ୧୬୦ ମିମି ବର୍ଷା ହୋଇଥିବାର ରେକଡ କରାଯାଇଛି । ପୁଣି ଦିନ ତମାମ ତୁହାକୁତୁଆ ବର୍ଷା ଲାଗି ରହିଛି । ଆଜି ବର୍ଷା ଲାଗି ରହିଥିବାଯୋଗୁଁ ପଶ୍ଚିମବଂଗର ପୂର୍ବ ଓ ପଶ୍ଚିମମେଦିନପୁର ଜିଲାର ଝଲଝଲି-ନାମ୍ପୋ ଖାଳ, ନହରା ଖାଳ, ରେଳ ଲାଇନ୍ର ନୟନଯୋରି, ଗୋପ ନାଳ, ଗହିରାଖାଳ, ରଜାବନ୍ଧ, ମିନାରଖା, କପାସିଆ ନାଳ, ଟୋପି ନାଳ, ଚିତେଇ ନାଳ ଓ ଭୁଆବନ୍ଧ କଡେକଡେ ଥିବା ନାଳ ଦ୍ୱାରା ବର୍ଷାପାଣି ଉପାନ୍ତ ଜଳେଶ୍ୱର ଭୋଗରାଇକୁ ମାଡିଆସୁଛି । ସେ ଅଂଚଳର ବର୍ଷାପାଣି ସହିତ ଜଳେଶ୍ୱର ଭୋଗରାଇର ବର୍ଷାପାଣି ଯୋଗୁଁ ଜଳେଶ୍ୱରର ସୁଗୋ, ନେତୁଆ, ସମ୍ପତ୍ତିଆ, ନାମ୍ପୋ, ଖାଲିନା, ବାଇଗଣବାଡିଆ, ଆରୁହା, ଗୋପିମୋହନପୁ ର, ଗୋବରଘଟା, ନଛିମପୁର, ସର୍ଦ୍ଦାରବନ୍ଧ, ଜଳେଶ୍ୱର ପୌରପାଳିକା, ଭୋଗରାଇର ନହରା, ବାଲିମ, ଦାରୁହା, ବାଉଁଶଡିହା, ମହାଗବ, ଦହୁଣଦା, ଗବଗା, କୁଶୁଡା, ପୁଟିଣା, ନାଚିନ୍ଦା, ଆରୁହାବୃତ୍ତି, ବାରବାଟିଆ, ଅନଳିଆ, ଦେହୁର୍ଦ୍ଦା, ଜୟରାମପୁର, ଭୋଗରାଇ, ରସଲପୁର ଇତ୍ୟାଦି ପଂଚାୟତର ସମସ୍ତ ଚାଷଜମିକୁ ବୁଡାଇ ଦେଇଛି । ଏବେ ଧାନଜମିରେ ୪/୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ଓ କ୍ରମଶ ବଢିବାରେ ଲାଗିଛି । ପ୍ରକାଶଯୋଗୁଁ ଏ ୨ଟି ବ୍ଲକର ବର୍ଷାପାଣି ୩୦ଟି ଖାଳ ଓ ନାଳ ଦ୍ୱାରା ସୁବର୍ଣ୍ଣରେଖା ନଦୀରେ ପଡିଥାଏ ଫଳରେ ଜଳନିଷ୍କାସନ ହୋଇଥାଏ । କିନ୍ତୁ ଏବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେଇଥିବାରୁ ଜଳନିଷ୍କାସନ ନାହିଁ କହିଲେ ଚଳେ । ସମୁଦ୍ରକୁ ସମାନ୍ତର କରି ବନ୍ୟାପ୍ରତିରୋଧକ ଭୁ ଆବନ୍ଧ ନିର୍ମାଣ ହୋଇଥିବାରୁ ବର୍ଷା ଓ ବନ୍ୟାପାଣି ଭୋଗରାଇର ନସ୍ରାବାଦ ଠାରୁ ଭୋଗରାଇ ଲକ୍ ଯାଏ ପ୍ରାୟ ୧୨ କି.ମି. ସ୍ଥାନ ଦେଇ ସବୁଦ୍ରକୁ ଗଡିଯାଇପାରେ ନାହିଁ । ତେଣୁ ଏ ସମସ୍ତ ବର୍ଷାପାଣି ଭୋଗରାଇର ଗୁଆଶୋଳ ଦେଇ ନଦୀକୁ ପ୍ରବାହିତ ହୋଇଥାଏ । ଏପରି ଆବାହମାନ କାଳରୁ ଚଳି ଆସୁଥିବାରୁ ଅଦ୍ୟାବଧି ସିଧାସଳଖ ଜଳନିଷ୍କାସନର କୌଣସି ପନ୍ଥା ହୋଇପାରିନାହିଁ । ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଅଲାଲବିନ୍ଧାରୁ ଏକ କଂକ୍ରିଟ ନିର୍ମିତ କେନାଲ ସମୁଦ୍ର ପର୍ଯ୍ୟନ୍ତ ହୋଇଥାନ୍ତି ଓ ବର୍ଷଜଳ ନିଷ୍କାସନର ବାଟ ଫିଟି ପାରନ୍ତା । ଏବେ ସମୁଦ୍ର ଜୁଆରୀ ରହୁଥିବାରୁ ଜଳ ନିଷ୍କାସନରେ ବଳମ୍ବ ହେବା ସ୍ୱାଭାବିକ । ଫଳରେ ଖରିଫ ଧାନ ଚାଷର ବ୍ୟାପକ କ୍ଷତି ହେବାର ସମ୍ଭାବନ ରହିଛି । ବିଶେଷକରି ଧୈୟା ଅଂଚଳର ୫୯ଟି ର ଅବସ୍ଥିତ ସୋରଚନୀୟ ହୋଇ ପଡିଛି । ଏହି ଉଦ୍ବୃତ୍ତ ବର୍ଷାପାଣି ଯୋଗୁଁ ସାହାପୁର-ଡେମୁରିଆ, ସୁଗୋ-କମାରଶାଳିଆ, ବାଲିମ-ନହରା, କମର୍ଦ୍ଦା-ଭୋଗରାଇଲକ୍, କମର୍ଦ୍ଦା-ବାଲିଆପାଳ, ଦୁବସାହି-ବେଣୁଦା, ଦୁବସାହି-ଭୁଆବନ୍ଧ, ଦାରୁହା- ଗବଗାଁ, ଜଳେଶ୍ୱର ପଶ୍ଚିମବାର୍ଡ, ପଶ୍ଚିମବାର୍ଡ-ଉଲୁଡା, ନାମ୍ପୋ-ଖୁଲୁଡା, ସରସୀଦା-ପାଇକସିଦା, ଜଳେଶ୍ୱର-ଜମାଳପୁର, ଆମ୍ବଳିଅଠା-ଦେଉଳା ପ୍ରଭୃତି ବହୁ କଂକ୍ରିଟ ରୋଡ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଣିରେ ବୁଡି ରହିଛି । ଫଳରେ କୌଣସି ଯାନ ଯାତାୟାତ କରିବା ସମ୍ଭବ ହୋଇ ନାହିଁ । ଗ୍ରାମାଂଚଳରେ ବିଭିନ୍ନ ଗାଁରେ ବର୍ଷାପାଣି ପଶିବାରୁ ବହୁ ପରିବାର ରନ୍ଧାବଢା କରିନପାରି ହଇରାଣ, ହରକତ ହେଉଛନ୍ତି । ଅଦ୍ୟାବଧି କୌଣସି ସ୍ଥାନରେ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ଦିଆଯାଇନଥିବା କୁହାଯାଇଛି । ଅନ୍ୟପକ୍ଷରେ ଗତ ୟାସ୍ ବାତ୍ୟାବେଳେ ସରପଂଚମାନେ ସେମାନଙ୍କ ଅଂଚଳରେ ଦେଇଥିବା ଖାଦ୍ୟ ବାବଦ ଅନୁଦାନ ପାଇନଥିବାରୁ ଏବେ ଖାଦ୍ୟ ଦେବାକୁ ଅମଙ୍ଗ ହୋଇଛନ୍ତି । ବହୁ ଗାଁରେ ନଡାଛପର, ଟାଇଲ ଛପର, ଆଜବେଷ୍ଟ ଘର ଭୁଷୁଡି ପଡିଥିବା ଜଣାଯାଇଛି । ଏ ସବୁ ସମ୍ପର୍କରେ ସର୍ଭେ କରାଯାଇ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହୋଇଛି ।
ରିପୋର୍ଟ : ଭୂପତି ପରିଡା