ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅବକାରୀ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ହେଉଥିବା ବେଳେ ଜାଣ ସରପଞ୍ଚ ତାଙ୍କ ଅଞ୍ଚଳରୁ ଏପରି ଘଟଣାକୁ ବିରୋଧ କରି ତହସିଲଦାର, ପୋଲିସ୍ ଓ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି । ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ ଠାରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି । ଏହି ଦୋକାନଟି ନିର୍ଦ୍ଦିଷ୍ଟ ସମୟରେ ବନ୍ଦ ହେଉଥିଲେ ମଧ୍ୟ ସଂଧ୍ୟା ୬ଟାପରେ ଦେବକୁମାର ଗ୍ରାମନିକଟ ଯୋଡ ଛକ ଠାରେ ଚୋରାରେ ମଦ ବିକୟ ହୋଇଥାଏ । ସେଠାରେ ୨ଜଣ ବ୍ୟକ୍ତି ସରକାରୀ ସ୍ଥାନ ତଥା ମୁଖ୍ୟରାସ୍ତା କଡରେ ୨ଟି କେବିନ୍ ପକାଇଛନ୍ତି । ଏହି କେବିନ୍ରୁ ମଦବିକ୍ର ହେଉଥିବା ସଂପର୍କରେ ପଶ୍ଚିମବାର୍ଡର ସରପଞ୍ଚ ରାଣୀ ପ୍ରମାଣିକ ଜଳେଶ୍ୱର ତହସିଲଦାର, ଜଳେଶ୍ୱର ପୋଲିସ୍ ଆଇଆଇସି ଓ ଅବକାରୀ ଓଆଇସିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି । ନିକଟରେ ଆର୍ଆଇ ଅଫିସ୍ ଥିଲେ ମଧ୍ୟ ସେଠାରେ ଅଭିଯୋଗ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା