
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଭାବେ କୁହାଯାଉଥିବା ସମ୍ବାଦପତ୍ର ଓ ସାମ୍ବାଦିକ ମାନେ ନିରପେକ୍ଷ ସମ୍ବାଦ ପରିବେଷଣ ସହିତ ସମାଜରେ ଅବହେଳିତ, ପ୍ରପିଡିତ ଜନସାଧାରଣଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଆଜିର ବନ୍ଧୁ ମିଳନ ଉତ୍ସବରେ ମତପ୍ରକାଶ ପାଇଛି । ତାଳଚେରରୁ ପ୍ରକାଶିତ ପାକ୍ଷିକ ଖବର କାଗଜ ଏରିଆ ଖବରର ୪ର୍ଥ ବାର୍ଷିକ ଉତ୍ସବ ପରିପ୍ରେକ୍ଷିରେ ଜଳେଶ୍ୱର ବ୍ଲକର ନୂଆ ବଜାର ସ୍ଥିତ ଭଞ୍ଜଭବନ ପରିସରରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌର ଅଧିକାରୀ ଅଜୟ ମହାପାତ୍ର ନିରପେକ୍ଷ ଖବର ପରିବେଷଣ ସଂପର୍କରେ କହିଥିଲେ । ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଖବର କାଗଜର ଏଡିଟର ସୌଭାଗ୍ୟ ଚନ୍ଦ୍ର ନାୟକ ଯୋଗ ଦେଇ ଖବର କାଗଜ ମାଲିକମାନେ ବହୁ ବାଧାବିଘ୍ନ ଓ ଆର୍ଥିୀକ ସମସ୍ୟା ମଧ୍ୟରେ ଗତି କରିଥାନ୍ତି ବୋଲି କହିଥିଲେ । କୃଷ୍ଣା କୁମାରୀ ନାୟକଙ୍କ ସଂଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିବା ସେକ୍ ସାଜନ୍, କୋଭିଦ୍ ଯୋଦ୍ଧା ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଳେଶ୍ୱର ଏରିଆ ଖବରର ସାମ୍ବାଦିକ ତପନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।