ପାଟପୁର ଥାନା ଅନ୍ତର୍ଗତ ଗୋଟିଏ ଫାଣ୍ଡି ଓ ପୋଲିସ ସହାୟତାର କେନ୍ଦ୍ର ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗୋଟିଏ ଫାଣ୍ଡି ଓ ଗୋଟିଏ ପୋଲିସ ସହାୟତାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ପୋଡାମାରିରେ ଫାଣ୍ଡି ଓ ତପ୍ତପାଣିରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ନନ୍ଦିନୀ ଦେବୀ, ଗଞ୍ଜାମ ଏସପି ବ୍ରିଜେଶ ରୟ, ବିଡ଼ିଓ ଶିବ ଶଙ୍କର ମିଶ୍ର, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଶେରଗଡ଼ ଆଇଆଇସି ଆଶିଷ ଦାଶ, ଧରାକୋଟ ଆଇଆଇସି ସନ୍ତୋଷ କୁମାର ବେହେରା, ଆମ ପୋଲିସ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ତପ୍ତପାଣି ଘାଟି ଠାରୁ ପୋଡାମାରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧିକଙ୍କ କାର୍ଯ୍ୟକାଳପକୁ ରୋକିବା ଲାଗି ଗ୍ରାମବାସୀମାନେ ଡ଼ିଆଇଜି ଓ ଆଇଜିଙ୍କୁ ଅନୁରୋଧ କରିଛନ୍ତି । ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ସରପଞ୍ଚ ସନ୍ତୋଷ ବିଷୋୟୀ, ହାଡ଼ିବନ୍ଧୁ ଚୌଧୁରୀ, ଟିକି ବିଷୋୟୀ, ଶତ୍ରୁଘନ ଜେନା, ବିଜୟ ପାଢ଼ୀ, ଟି. ଗୋବିନ୍ଦପୁର ସରପଞ୍ଚ ମଙ୍ଗଳ ଗମାଙ୍ଗ ଚନ୍ଦ୍ର ଜାନି କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା