
ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ଥାନାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଥାନାରେ ଅଟକ ଥିବା ଜୈନିକ ବ୍ୟକ୍ତିଙ୍କ ଉନ୍ମୁକ୍ତ କାଣ୍ଡ ଘଟାଇଛି । ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ହୋଇଛି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ବ୍ୟକ୍ତି ଜଣକ ହେଲେ ଶିବ ପାତ୍ର । ସେ ଏକ ମହିଳାଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ୨୦୧୬ ମସିହାରେ ଏ.ସାବିତ୍ରୀଙ୍କୁ ହତ୍ୟା ହୋଇଥିଲା ସେଥିରେ ସେ ଥିଲେ ଅଭିଯୁକ୍ତ । ପାଟପୁର ଥାନାରେ ଆତ୍ମହତ୍ୟା ଉଦ୍ୟମ କରି ଶିବ ପାତ୍ର ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା