
ଗଞ୍ଜାମ/ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ଅଧିନସ୍ଥ ପାଟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ତମ ‘ବନ ମହୋତ୍ସବ’ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଲଙ୍ଗ କ୍ଲଷ୍ଟରର ସିଆରସିସି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ତ୍ରିପାଠୀ, ସହକାରୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଶେଷଦେବ ବେହେରା ଉପସ୍ଥିତ ରହି ପିଜୁଳି, ଲେମ୍ବୁ, କଦମ୍ବ, ଜାମୁକୋଳି ବୃକ୍ଷ ଆଦି ଚାରା ରୋପଣ କରିଥିଲେ ଏବଂ ଶିକ୍ଷକ ହରିପ୍ରସାଦ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।