ପାଟିଗଡରେ ବିପନ୍ନଙ୍କୁ ରିଲିଫ ବଣ୍ଟନ କଲେ ବିଧାୟକ ଶ୍ରୀକାନ୍ତ ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ପୋଲସରା ଏନ.ଏ. ସି ୱାର୍ଡ ନଂ୧୬ ପାଟିଗଡ଼ ରେ ତିତିଲି ବାତ୍ୟାରେ ପ୍ରଭାବିତ ହୋଇଥିବା ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ରିଲିଫ ବଣ୍ଟନ କରିଥିଲେ । ପୋଲସରା ଏନ.ଏ.ସି ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ଉପାଦକ୍ଷା,ଗଂଜାମ ଜିଲ୍ଲା ବିଜୁ ଶ୍ରୀମିକ ସାମୁଖ୍ୟ ସଂପାଦକ, କାଉନସିଲର, ସଭ୍ୟ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗ୍ରାମ ବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା