
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟ ୫୭ନଂ ରାଜ୍ୟରାଜପଥର ନାମ୍ପୋ ଫାଣ୍ଡିଠାରେ ଏକ ପୋଲ ମୁର୍ହଁ ଅବରୋଧ ହୋଇଥିବାରୁ ଜଳନିଷ୍କାସନ ହୋଇପାରୁୁନାହିଁ । ବିସ୍ତିର୍ଣ୍ଣ ଅଂଚଳ ବୁଡି ରହିଥିବାରୁ ନାମ୍ପୋ ଗ୍ରାମବାସୀ ୨ ଦିିନ ଧରି ଘଟଣାସ୍ଥଳରେ ଆନ୍ଦୋଳନ ଓ ଧାରଣ ଦେଇ ଆସୁଛନ୍ତି । ଆଜି ମଂଗଳବାର ଘଟଣାସ୍ଥଳରେ ଗାଁର ଜଗନ୍ନାଥ ପ୍ରଧାନ, ସୁମତୀ ଦେ, ବିଷ୍ଣୁୁପଦ ଦାସମହାପାତ୍ର, ଗୋପ।ଳ ଜେନା, ସୁୁଶିଲ ପରିଡା, ବିଦୁ ଦାସ, ବ୍ରଜଗୋପାଳ ଦାସ, ଅରୁଣ ରାଉଳ, ସଂଜୟ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ପ୍ରଶାସନରର ଦୃଷ୍ଟି ଆକର୍ଷଣ ଲାଗି ଧାରଣାରେ ବସିଥିଲେ । ୨ ଦିନ ଧରିି ପ୍ରଶାସନ ଆଖିବୁଜି ଦେଇଥିବାରୁ ଆଜି ବିଜେପିର ଜିଲା ସଭାପତି ଉମାକାନ୍ତ ମହାପାତ୍ର ଜଳେଶ୍ୱରର ବିଜେପି ନେତା ପ୍ରବୀର ପ୍ରଧାନ, ପର୍ଶୁରାମ ବେହେରା, ସାଂସଦ ପ୍ରତିନିଧି ଶାନ୍ତନୁୁ ପଟ୍ଟନାୟକ, କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରମୁଖ ଏପରିଏକ ସମ୍ବେଦନଶୀଳ ଘଟଣା ପ୍ରତି ସ୍ଥାନୀୟ ପ୍ରଶାସନ ଉଦାସୀନ ରହୁୁଥିବାରୁ ଜଳନିଷ୍କାସନ ଲାଗିପ୍ରଶାସନକୁ କହିଥିଲେ । ତହସିଲଦାର ଶଂକର ପଟ୍ଟନାୟୟକ, ଆଇଆଇସି ପ୍ରଜ୍ଞା ମହାନ୍ତି, ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଇଂ ଅଶୋକ ପଣ୍ଡା ଓ ସହକାରୀ ଇଂ ନିହାରକାନ୍ତି ବେହେରା ଓ ୨ ପ୍ଲାଟୁନ୍ ଫୋର୍ସର୍ ଉପସ୍ଥିତ ରହି ଜଳ ନିଷ୍କାସନଲାଗି ଏକ ବ୍ୟକ୍ତିଗତ ଜାଗାକୁ ଖୋଳି ଥିଲେ । ଅପରାହ୍ନରେ ପ୍ରଶାସନ ଗଲାପରେ ଖୋଳାଯାଇଥିବା ନାଳକୁ ଜମିମାଲିକ ବନ୍ଦ କଲାପରେ ପାଣିନିଷ୍କାସନ ବନ୍ଦ ହୋଇ ଯାଇଛି । ଫଳରେ ଉତ୍ତେଜନା ବୃଦ୍ଧି ପାଇଛି । ଆସନ୍ତା ଗୁରୁବାର ପୁଣି ଆନ୍ଦୋଳନ ହେବାର ଆନ୍ଦୋଳନକାରୀ ମାନେ କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା