ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶିଆଳି ଗ୍ରାମର ଗୁରା ସେଠି ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଆଜି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ ବରଣ କରିଥିବା ଗୁରା ସେଠିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ଏନଏସି ଅଫିସ ଠାରେ ପ୍ରଦାନ କରାଯାଇଛି । ଏହି ଅବସରରେ ବୁଗୁଡା ତହସିଲଦାରଙ୍କ ସମେତ କାର୍ଯ୍ୟକାରୀ ଅଧିକାରୀ ଓ ଗ୍ରାମ ବାସୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା