

ପାରଳାଖେମୁଣ୍ଡି(ଓବି ନ୍ୟୁଜ୍): ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ(ପ୍ରେସ୍ ଦିବସ) ପାଳନ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଜର୍ଣ୍ଣାଲିଜିମ୍ ଇଥିକସ୍ ଏଣ୍ଡ ଚ୍ୟାଲେଞ୍ଜସ ଇନ୍ ଡ଼ିଜିଟାଲ୍ ଇରା’ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ପ୍ରକଳ୍ପ ନିର୍ଦ୍ଦେଶିକା ଅଞ୍ଚଳ ରଣା,ଅଧ୍ୟାପିକା କଲ୍ୟାଣି ମିଶ୍ର,ସାମ୍ବାଦିକ ଗରୁଡ଼ଧ୍ୱଜ ଚୌଧୁରୀ,ଡ଼ିଜନ୍ ପାଢ଼ୀ,ସରୋଜ ପାଣିଗ୍ରାହୀ,କୃଷ୍ଣ କୁମାର ବେହେରା,ଶିଶିର କୁମାର ଗୌଡ଼,ରୂପେଶ ସାହୁ,ଗଣେଶ ରାଜୁ,ପ୍ରଦୀପ ନାୟକ,ବିଧାନ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
