

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ପୈାର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ସାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଲୋକଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପାଇଁ ଏହା ଏକ ବହୁତ ବଡ଼ ପ୍ରତିଷ୍ଠାନ, ନିଜେ ନିଜର ଶାସନଭାର ନେଇ ଲୋକଙ୍କ ସେବା କରିବା ପାଇଁ ଏହା ଏକ ଉତ୍ତମ ସ୍ଥାନ ବୋଲି ମତ ରଖିଛନ୍ତି ଜିଲ୍ଲାପାଳ । ସାରା ଦେଶରେ କରୋନାକୁ ନେଇ ଏକ ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ । ଗଜପତି ଜିଲ୍ଲାରେ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି । ଏଥିରେ ସମସ୍ତ କର୍ମଚାରୀଙ୍କ ଅଦ୍ଭୁତପୂର୍ବକ ଅବଦାନ ରହିଛି । ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ପୈାରପରିଷଦ ନିର୍ବାହ ଅଧିକାରୀ ଅଶୋକ କୁମାର ରାଉତଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ ।ଶେଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ପ୍ରକାର ବୃକ୍ଷ ଲଗାଯାଇଥିଲା ।

