

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି ଆରଏମଏସ ଗୋଦାମ ନିକଟରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘ ପାରଳାଖେମୁଣ୍ଡି ଶାଖା ତରଫରୁ ଡିଭିଜନ ସ୍ତରୀୟସ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ସଭା ଅବସରରେ ସଙ୍ଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦୀନବନ୍ଧୁ ମହାନ୍ତି ସଭାପତି ଭାବେ ସଭା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ସଙ୍ଘର ଉପସଭାପତି ପ୍ରଫୁଲ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟନ ବିଷୋୟୀ କୋଷାଧ୍ୟକ୍ଷ ସଞ୍ଜିବ ବେହେରା ଯୋଗ ଦେଇଥିଲେ । ନିର୍ବାଚନରେ ସୁକାନ୍ତ ପଣ୍ଡା ଡିଭିଜନ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଗୋପୀନାଥ ବିଶ୍ୱାଳ କାର୍ଯ୍ୟକାରୀ ସଭ୍ୟ ଭାବେ ଅସ୍ୱୀନି ସ୍ୱାଇଁ ନିର୍ବାଚିତ ହୋଇଥିଲେ । ଏହି ସଭାରେ ଶ୍ରମିକ ମାନଙ୍କ ସମସ୍ୟା ଓ ଗ୍ରାହକ ମାନଙ୍କ ବିଷୟ ରେ ଆଲୋଚନା ହୋଇଥିଲା । ଏଥିରେ ଗୁଣୁପୁର ଡିଭିଜନର ଉପଦେଷ୍ଟା ଶ୍ରୀ ରାଧାକାନ୍ତ ଦାସ, କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ କୁମାର ପାଢୀ, ପିତାମ୍ବର ପଣ୍ଡା, ରଜତ ପ୍ରଧାନ ସମେତ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା