ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସହରରେ ଗତ କିଛି ବର୍ଷ ହେଲାଣି ବୁଲା-କୁକୁର ମାନଙ୍କ ଦୌରାତ୍ମ୍ୟ ତଥା ଉପଦ୍ରବ ବଢିଚାଇଛି । ସହରର କି ବାହାରୁ ଆସୁଥିବା ଜନସାଧାରଣ ସହରର ଅନେକ ରାସ୍ତା ଦେଇ ଯିବା ବେଳେ ବୁଲା-କୁକୁର ମାନଙ୍କ ଦୌରାତ୍ମ୍ୟ’ର ଆକ୍ରମଣରୁ ବର୍ତ୍ତିଯିବା ଏବଂ ସୁରକ୍ଷିତ ହୋଇ ଯିବା ଆସିବା କ୍ଷେତ୍ରରେ ପ୍ରାୟ ପ୍ରାୟ କମ ଆଶା ଓ ଧୈର୍ଯ୍ୟ ରହୁଛି । ଏହି ବୁଲା-କୁକୁର ମାନଙ୍କ ଆକ୍ରମଣ ଓ କାମୁଡ଼ାରେ କେତେ ଲୋକ ଆକ୍ରାନ୍ତ ହେଉଛନ୍ତି, ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଯେ କେହି ମୁଖ୍ୟ ଚିକିତ୍ସ୍ୟଳୟକୁ ଯାଇ ଡେଂହିଲେ ଜାଣି ପାରିବେ ଏହାର ସତ୍ୟାସତ୍ୟ । ଚାଲି ଚାଲି ଗଲେ କି ସାଇକଲ କି ବାଇକ ଯୋଗେ ଗଲେ କୁକୁର ମାନେ ଅନେକ ଦୁର ପର୍ଯ୍ୟନ୍ତ ଗୁଡ଼ାଇ ଗୁଡ଼ାଇ ଆକ୍ରମଣ କରି କାମୁଡିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ କାମୁଡୁଛନ୍ତି । ଜଣେ ଚାହିଁଲେ ମଧ୍ୟ ବୁଲା କୁକୁର ମାନଙ୍କ ଆକ୍ରମଣରୁ ଦଉଡି କି କ୍ଷିପ୍ର ଗତିରେ ବାଇକ ଓ ସାଇକଲ ଚଳେଇ ଗଲେ ମଧ୍ୟ ସହରର ବିଭିନ୍ନ ରାସ୍ତା ଗୁଡାକ ଆବୁଡା ଖାବୁଡା ଖାଲ ଖମା ରାସ୍ତା ଥିବା ଥିବା ଯୋଗୁଁ ବର୍ତ୍ତିବା ମଧ୍ୟ ସମ୍ବବ ହେଉନାହିଁ । ଏହାକୁ ନେଇ ବହୁବାର ବ୍ୟକ୍ତିଗତ ଓ ସଡକ ସୁରକ୍ଷା ଓ ବିଭିନ୍ନ ସଚେତନତା ସଭା ମାନଙ୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । ହେଲେ ମଧ୍ୟ ଏ ଦିଗରେ ଆଜି ପର୍ଯ୍ୟନ୍ତ କୋଣସି ପ୍ରକାର ପଦକ୍ଷେପ କି ଦୃଷ୍ଟି ଦିଆ ନ ଯିବା ଅତ୍ୟନ୍ତ ଦୁଖଃ ଓ ପରିତାପର ବିଷୟ । ଜନସାଧରଙ୍କ ରାସ୍ତାରେ ସୁରକ୍ଷିତ ଭାବେ ଯିବା-ଆସିବା କରିବା କ୍ଷେତ୍ରରେ ଏହା ଜିଲ୍ଲା ପ୍ରଶାସନ କି ଜିଲ୍ଲା ପୋଲିସ ପ୍ରଶାସନ କି ପୌର ସଂସ୍ଥା ଅଧିକାରୀଙ୍କ ଗୁରୁ ଦାୟିତ୍ୱ କର୍ତ୍ତବ୍ୟ ନୁହେଁ କି । ଏ ଦିଗରେ ବୁଲା କୁକୁର-ମୁକ୍ତ ସହର ଭାବେ ଗଢି ତୋଳିବା ପାଇଁ ପ୍ରୟାସ କରାଯିବା ଉଚିତ ନୁହେଁ କି । ଲୋକେ ଏହି ବୁଲା କୁକୁର ମାନଙ୍କ ଦୌରାତ୍ମ୍ୟ ଓ ଉପଦ୍ରବ ସମ୍ପର୍କରେ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ୟାର ସମାଧାନ କରାଯାଉ ନଚେତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ରିପୋର୍ଟ : କୃଷ୍ଣ କୁମାର ବେହେରା